Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Inspirational

3  

Hrushikesh Satpathy

Inspirational

ପ୍ରୀତି ଭରା ଫୁଲ ଉପହାର

ପ୍ରୀତି ଭରା ଫୁଲ ଉପହାର

1 min
6.7K


ସମ୍ପର୍କର ଅନ୍ତ କାହିଁ !

ସମ୍ପର୍କ ଯେ ସୁନୀଳ ସାଗର ।

ସତ୍ୟ,ନିଷ୍ଠା,ତ୍ୟାଗ ଆଉ,

ଆତ୍ମୀୟତା ଭରା ଶ୍ରୀ ମନ୍ଦିର ।

ସମ୍ପର୍କରେ ସ୍ଵାର୍ଥ ନାହିଁ,

ଅଛି ଖାଲି ମମତା ମଧୁର ।

ବଳିଦାନ ଅନ୍ୟ ପାଇଁ,

ବଦଳରେ ବନ୍ଧନ ଅପାର ।

ସମ୍ପର୍କରେ ନିନ୍ଦା ନୁହେଁ,

ନୁହେଁ ଅଭିପ୍ରେତ ଅପବାଦ ।

ପବିତ୍ରତା, ପ୍ରେମମୟ,

ମିଳିଥାଏ ପୁଲକ ଅପାର ।

ସମ୍ପର୍କରେ ଘୃଣା ନୁହେଁ,

ନାହିଁ ହିଂସା ,ନାହିଁ ଅହଂକାର,

ଥାଏ ସଦା ଅଦ୍ଭୁତ ଆନନ୍ଦ

ମିଳିଥାଏ ସ୍ଵର୍ଗୀୟ ସଂସ୍କାର ।

ସମ୍ପର୍କରେ ଅଛି ଝଡ଼,

ଆସେ,ପୁଣି ଆସି ଚାଲିଯାଏ ।

ରଖିଦେଇ ଯାଏ ସେଇ,

ପ୍ରୀତି ଭରା ଫୁଲ ଉପହାର ।

ହେ ଈଶ୍ଵର ! ସମ୍ପର୍କ ଯେ,

ମଧୁମୟ, ତୁମରି ରଚନା ।

ପ୍ରଣତି ମୁଁ କରୁଛି ଏତିକି,

ସୃଜି ଦେଇ ,ବିଗାଡି ଦିଅନା ।

ସମ୍ପର୍କର ଡୋରୀ ନେଇ,

ବାନ୍ଧି ଦିଅ ଏକକୁ ଆରେକ ।

ଥରେ ବାନ୍ଧି, ଛିଣ୍ଡାଇ ଦିଅନା,

ଛିଣ୍ଡି ଗଲେ, ମନ ହୁଏ ଧିକ୍ ।


Rate this content
Log in