ଜୀବନର ପରିବର୍ତ୍ତିତ ରୂପ
ଜୀବନର ପରିବର୍ତ୍ତିତ ରୂପ
ପଦ୍ମାଳୟା ମିଶ୍ର
ଜୀବନ ବଦଳୁଛି ପ୍ରତିଦିନ ପ୍ରତି ମୂହୁର୍ତ୍ତ
ବୋଉ କୋଳରେ ଥିବା ଯାଏ
ଏମିତି ଥିଲା ସେ ସୁନ୍ଦର
ନା କିଛି ମେକ୍ ଅପ୍
ନା ହାରିବାର ଭୟ
ନା ଜିତିବାର ଲୋଭ
ହସୁଥିଲି ଖେଳୁଥିଲି ନିସର୍ତ୍ତ ।
ଯୌବନ ଆସିଲା ଧୀରେ ଧୀରେ
ଜୀବନ ହେଇଗଲା ଅନ୍ତବସ୍ତ୍ର ପରି
ଲୁଚେଇ ରଖିବା ବଦଳରେ
ଫାସନ୍ ନାମରେ ଦେଖେଇଲି
ବାହା ବାହା ଟିକେ ପାଇଁ
ସୃଷ୍ଟି କଲି ଦ୍ଵନ୍ଦ ମନରେ ।
ହଜିଗଲା ଯୌବନ ବୟସ ଦ୍ଵୀପରେ
ସ୦ସାର ଜଞ୍ଜାଳ ଏବେ ତ ଜୀବନ
ଫେଣ୍ଟାଫେଣ୍ଟି ସବୁ କିଛି
ପରିବାରର ଲୁହ ମୋର
ମୋର ଖୁସି ଉପରେ
ମୋର ନାହିଁ ଅଧିକାର
କେଜାଣି ଜୀବନକୁ ଖୋଜୁଛି
ନା ଜୀଇଛି କିଛି ପାଇବା ଆଶାରେ ।
ପ୍ରଭୁ ନାମ ଏବେ ଜୀବନର ମୂଳମନ୍ତ୍ର
ତଥାପି ସ୦ସାର ଲୋଭ ପୋଷିଛି
ଅସ୍ତମିତ ସୂର୍ଯ୍ୟ ବୋଲି ଜାଣି ବି
କୃତ୍ରିମ ଆଲୋକରେ ଅନ୍ଧାରକୁ ଠକୁଛି
ବଞ୍ଚିବା ଲୋଭ ଶରୀରେ ଖଞ୍ଜିଛି ଯନ୍ତ୍ର ।
ଜୀବନ ତୁ କଣ ସତରେ ବନ୍ଧା
ଏ ପାର୍ଥିବ ଶରୀରରେ
ଏନ୍ତୁଡି ନିଆ ଠୁ ଯୁଇ ମଧ୍ୟରେ
ନା...
ପାଇବି ତତେ ଜନ୍ମ ଜନ୍ମାନ୍ତରରେ....