Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational Others

3  

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational Others

ଘର

ଘର

1 min
6.9K


ଆଜିଠାରୁ ବହୁ ବର୍ଷ ପରେ ଏକ ଅଜଣା ଦିନରେ

ଆମେ ଦୁହେଁ ନ ଥିବା ତ ଯାଇଥିବା ଆଗ ପଛ ହୋଇ

ଆମ ଘରେ ରହୁଥିବ ପୁଅ ତାର

ପରିବାର ସାଥେ

ଆମର ଯା କିଛି ଥିବ

ସେ ସବୁର ସ୍ବାଧୀକାର ପାଇ.।

ଥିବ ଏକ ଅପରାହ୍ଣ

ନୀରବ ନିଶୁନ ଯେଣୁ ଛୁଟିଦିନ ଥିବ

କର୍ମ କ୍ଲାନ୍ତ ବୋହୂ ଆମ ଶୋଇ ଥିବ

ନିଘୋଡ ନିଦରେ

ପିଲା ତାର ଯାଇଥିବେ

କ୍ରିକେଟ ବା ଫୁଟ ବଲ ମ୍ୟାଚ ଦେଖିବାକୁ.

ସେତେବେଳେ ପୁଅ ଆମ

ପାଇଯିବ ନିଜସ୍ବ ସମୟ

କୌତୁହଳ ବଶ ହୋଇ

ଖୋଲିବ ସେ ଆଲମିରା ଆମ

ଦେଖିବ ବିବର୍ଣ୍ଣ କିଛି

ଲୁଗାପଟା ବିଷର୍ଣ୍ଣ ମନରେ

ସାତ ତାଳ ପଙ୍କ ତଳୁ ଖୋଜିବାରେ

ଲାଗିବ ସେ ଦୁର୍ଲଭ ଫରୁଆ

ଯାହାକୁ ଦେଖିବ ବୋଲି

ଦୀର୍ଘ ଦିନ ପ୍ରତୀକ୍ଷା ରେ ଥିଲା.

ସେତେବେଳେ ଆବିଷ୍କାର କରିବ

ଆମର ଡାଏରୀ

ଜାଣିଥିବ ଯାହା ଆମେ ଲେଖୁଥିଲେ କଦବା କେମିତି

କବାଟଟା ବନ୍ଦ କରି ବସିଯିବ

ପଢିବା ପାଇଁ ସେ.

ମନେ କେତେ କୌତୁହଳ ଅଦମ୍ୟ ଉତ୍ସ ସହ

ତୁମର ଡାଏରୀ ପଢି ଦେଖିବ ସେ

କେତେ ରୂପ ରଙ୍ଗ

ଯାହା ସେ ନ ଥିବ ଜାଣି

କେତେ କେତେ ନିଷିଦ୍ଧ କାହାଣୀ

ମନେ ମନେ ହସୁଥିବ

ବାପା ତାରା ଥିଲେ

କେତେ ରସିକ ପ୍ରବର

ଲାଗୁଥିବ ଯେମିତି ସେ ପଢୁ ଅଛି ଓମର ଶ୍ରେୟମ

ତୁମର ଡାଏରୀ ପରେ ପଢ଼ିବ ସେ

ଡାଏରୀ ମୋ ଧରି

କେତେ ଦୁଃଖ, ହାହୁତାସ ଲୁହ ପଡି ଅସ୍ପଷ୍ଟ ହୋଇଛି

ପୃଷ୍ଠା ପରେ ପୃଷ୍ଠା ପଢ଼ ତା ଉପରେ

ପଡ଼ୁ ଥିବ ଟପ୍ ଟପ୍

ତା ଆଖିରୁ ଲୁହ

ଡାଏରୀ ସେ ପଢୁଥିବ ଦିନ ଦିନ ଧରି

ସେଇପରି ଚୁପ୍ ଚାପ୍ ସେଇପରି

ନିରୋଳା ପ୍ରହରେ

ଭାବୁଥିବ ଏହିପରି ଦୁଇଜଣ

ପାର୍ଥକ୍ୟ ମାନର

ଦୁଇଟି ମଣିଷ ମିଶି କେଉଁପରି ହସିହସି ରଚୁଥିଲେ ଘର.?

ପୁଣ୍ୟ ପ୍ରଭା ଦେବୀ

ରଚନା କାଳ - 1975


Rate this content
Log in

Similar oriya poem from Inspirational