Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Tapan Kumar Swain

Children

3  

Tapan Kumar Swain

Children

ଋତୁରାଣୀ ଏଇ ବରଷା

ଋତୁରାଣୀ ଏଇ ବରଷା

1 min
6.9K


ଋତୁରାଣୀ ଏଇ ବରଷା

 

ତପନ କୁମାର ସ୍ୱାଇଁ

 

କଳା ପାଟ ଶାଢୀ ପିନ୍ଧି ଆସିଲାଣି

       ନୀଳ ଆକାଶରେ ବରଷା,

ଗୀରିଷମ ଋତୁ ଗଲାଣି ବାହୁଡ଼ି

       ନାହିଁ ଆଉ ଖରା ଟାଆଁସା ।

ନିରିମଳ ନାହିଁ ଆକାଶ ପଡ଼ିଆ

       ବଉଦ ଭିତରେ ରୋସଣି,

ଘଡ଼ଘଡ଼ି ବାଣ ବିଜୁଳି ଆଲୁଏ

       ଲାଗେ ସତେ ଦିଅଁ ଭସାଣି ।

ବନେ ଉପବନେ ତରୁଲତା ଡାଳେ

       ହସନ୍ତି ସବୁଜ ପତର,

ଯୂଇ, ଜାଇ, ହେନା, ମାଳତୀ, କଦମ୍ବ

       ଢାଳିହୋଇଲେଣି ଅତର ।

ନାଲି ଟୁକୁଟୁକୁ ସାଧବବୋହୂଟି

       ଘାସ ଅଗଣାର ପିଠିରେ,

ଥିରିଥିରି ଚାଲେ ନୂଆବୋହୂ ପରି

       ଟୁପୁରୁଟୁପୁରୁ ମେଘରେ ।

ଟପରଟପର ମେଘ ବରଷାରେ

       ଚାଲେ ଓଳିପାଣି ଦାଣ୍ଡରେ,

କାଗଜଡଙ୍ଗାକୁ ଭସାନ୍ତି ପିଲାଏ

       ନମାନି ବରଷା ଥଣ୍ଡାରେ ।

ମେଘ ଦି’ଅସରା ଝରିଗଲା ବୋଲି

       ମାଟି ପଡ଼ିଲାଣି ଶୀତଳ,

ଝାଳୁଆ ଘିମିରି ଟାଆଁସିଆ ଦେହ

       ଛୁଇଁଦେଲେ ଲାଗେ କୋମଳ ।

ଋତୁରାଣୀ ଏଇ ବରଷାଦିନଟି

       କି ସୁନ୍ଦର ଆହା ସତରେ,

ତା ଗୁଣ ଗରିମା ଯେତେ କହୁଥିଲେ

       ସରିବନି ଜମା କଥାରେ ।

 

ଅଇବିଲି, ମଣିଜଙ୍ଗା, ଜଗତସିଂହପୁର

ଫୋନ୍-୯୦୪୦୦୩୩୩୯୦

*****


Rate this content
Log in