Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanna Kumar Madala

Inspirational

3  

Prasanna Kumar Madala

Inspirational

ମାନସୀ

ମାନସୀ

1 min
6.9K


ମାନସୀ 

 

ଏଇ କଥାକୁ 

ନାଆ... ପେଲିଦେଲି କଲିକତାକୁ 

ଏତକ କହି ଲୋଟି ପଡିଲା ମାନସୀ

ମୋ କାନ୍ଧ ଉପରେ ଖିଲିଖିଲି ହୋଇ । 

ଲିଫ୍ଟ୍ ମାଗି ବାଇକ୍ ପଛରେ 

ଏକ ପାଖିଆ ବସିଥିଲା 

ଅସଂଜତ ଅନୁଭବ କଲି ଲୋକଙ୍କୁ ଅନାଇ 

ଝିଅଙ୍କ ପରି ତା ବସିବା ଢଙ୍ଗରୁ । 

ତା ଦେହଟା କିମିତି ହେଇଗଲା 

ଶିହରି ଗଲା ମୋ ପଛରେ । 

ମାଇଚିଆଟା ଅଣ୍ଟା ଧରିଥିଲା ମୋର 

ଅଳ୍ପ ସମୟ ମଧ୍ୟରେ ସହଜ ହେଲି 

ତା ଭଦ୍ରାମି ଦେଖି ମୁଗ୍ଧ ହେଲି। 

ମନ୍ଦିରକୁ ଆସୁଥିଲା ଦର୍ଶନ ପାଇଁ 

ଅବକାଶ ପାଇ ଇଛା କଲି 

ଟିକେ ଦୁଃଖ ସୁଖ ପଚାରିବାକୁ ତାର । 

ବିରାଗ ଯେତେ ଜୀବନ ଯାତ୍ରାର 

ସାଥୀଙ୍କ ଝିଂଗାସ ସ୍କୁଲ ବେଳର 

ଶାରୀରିକ ଓ ମାନସିକ ଉତ୍ପୀଡନ

ସ୍ବଜନଙ୍କ ଅବସାଦ ଆଉ 

ମାନସରୁ ମାନସୀ ସାଜିବାର ଦୃଶ୍ଯାନ୍ତର 

ଅନର୍ଗଳ ଗାଇଗଲା ଆପଣା ଭାବରେ । 

ଶୀତଳଷଷ୍ଠୀରେ ସମ୍ବଲପୁର 

ଏବେ ରଥଯାତ୍ରାରେ ଏଇଠି 

ଭାବବିହ୍ବଳ ଭକ୍ତି ପୁଷ୍ପ ଅର୍ପଣ କରିବାକୁ 

ଆଉଥରେ କିନ୍ନରଙ୍କ ତୁଲେ

ବେପରୁଆ ନାଚ ନାଚିବ ବୋଲି । 

 

କବି - ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମାଦଳା 


Rate this content
Log in