Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Minakshi Samal

Others

2  

Minakshi Samal

Others

ମୁଁ ଓଡିଆ

ମୁଁ ଓଡିଆ

1 min
1.3K



ଓଡିଶା ମାଟିରେ ଜନମ ଲଭିଲି

ଧନ୍ୟ ହେଲା ଏ ଜୀବନ।

ତା'ର ମାଟି, ପାଣି ,ପବନେ ବଢିଲି

ଶିଖିଲି ଓଡିଆ ଗୁଣ।


ମହାନତା ଆଉ ଉଦାରତା ଏଠି

ସମସ୍ତଙ୍କ ରକ୍ତେ ବହେ

ପର ଦୁଃଖ ଦେଖି ସରଳ ପ୍ରାଣୀର

ଚକ୍ଷୁ ଲୋତକ ଝରାଏ।


ବଦାନ୍ୟତା ପୁଣି ଅତିଥି ସତ୍କାର

ଓଡିଆଙ୍କ ବଡ ଗୁଣ

ସହନଶୀଳତା,ଦୟା ଆଉ କ୍ଷମା

କରି ହୁଅନ୍ତି ମହାନ।


ଗୋପବନ୍ଧୁ, ମଧୁସୂଦନ ଓ ଜୟୀ

ରାଜଗୁରୁ ଗର୍ବ ଆମ

ତାପଙ୍ଗର ଦଳବେହେରା ସହିଲେ

କେତେ ଦଣ୍ଡ ନିରୀମମ।


ଧର୍ମପଦର ବଳିଦାନ ଗାଥା

ମୁକସାକ୍ଷୀ କୋଣାରକ

ବିଶୁ ମହାରଣା ଧନ୍ୟ ହେଲା ପାଇ

ସନ୍ତାନ ଏମନ୍ତ ଏକ।


ବାରମାସେ ତେର ପର୍ବର ସମ୍ଭାର

ପିଠାପଣା କ୍ଷୀରି ପୁରି

ଅମୃତ ଭୋଜନ ଖାଇଲେ ମନରେ

ପ୍ରସନ୍ନତା ଯାଏ ଭରି।


ଆମ ଛେନାପୋଡ,ରସାବଳୀ ଆଉ

ଛେନାତାଡିଆ ଯେ ଖାଏ

ସାରାଜୀବନକୁ ଓଡିଶା ମାଟିର

ଗୁଣଗାନ କରିଯାଏ।


ସମ୍ବଲପୁର ର ଶାଢୀ ଓ କପଡା

କଟକର ତାରକସୀ

ବାରଙ୍ଗର କାଚ ଜିନିଷ ଦେଖିଲେ

ମନ ରହିଯାଏ ଲାଖି।


ଖଣିଜ ସମ୍ପଦେ ମୋ ଓଡିଶା ଶ୍ରେଷ୍ଠ

କୋଇଲା ଇସ୍ପାତେ ଭରା

ପ୍ରାକୃତିକ ଶୋଭା ଅତି ମନଲୋଭା

ବନ ପାହାଡରେ ଘେରା।

ପ୍ରଭୁ ଜଗନ୍ନାଥ ଆମର ଠାକୁର

ସାରା ଜଗତେ ବିଖ୍ୟାତ

ତାଙ୍କରି ଚରଣେ ଯେ ଶରଣ ନିଏ

ହୁଏ ତାକୁ ମୋକ୍ଷ ପ୍ରାପ୍ତ।


ଯେଉଁଠିକି ଯିବି ଯେଉଁଠି ରହିବି

ରଖିବି ଓଡିଶା ମାନ

ଧନ୍ୟ ମୋ ଓଡିଶା ଧନ୍ୟ ଜନ୍ମଭୂମି

ଏହିଠାରେ ଛାଡୁ ପ୍ରାଣ।


*** ମିନାକ୍ଷୀ ସାମଲ ***





Rate this content
Log in