Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରେମ ନିବେଦନ
ପ୍ରେମ ନିବେଦନ
★★★★★

© Sudama Lenka

Romance

1 Minutes   6.7K    3


Content Ranking

ପ୍ରେମ ନିବେଦନ କରୁଅଛି ପ୍ରିୟା ,

     ତୁମରି ମୁହଁକୁ ଚାହେଁ l

ହସି ହସି ଟିକେ କହିଦିଅ ତୁମେ ,

    ତୁମକୁ ମୁଁ ଭଲ ପାଏ l

ହାତରେ ଧରିଛି ଗୋଲାପକୁ ମୁହିଁ ,

    ତୁମକୁ ତ ଦେବାପାଇଁ l

ଗୋଲାପ ଚାହିଁଛି ତୁମ ଓଠ ଛୁଆଁ ,

    ହୃଦୟକୁ ଡ଼ାକିନେଇ l

ବରଷକେ ଥରେ ଆସିଛି ଏ ଦିନ ,

    କର ନାହିଁ ଅବମାନ l

ହାତଟି ତୁମର ମୋ ହାତକୁ ଦେଇ ,

     କରିନିଅ ସବୁଦିନ l

ପରିରାଇଜର ରାଇଜେ ରହିବା ,

   ନଥିବେ ସେଠାରେ କେହି l

ନୂତନ ସୂର୍ଯ୍ୟର କିରଣ ଆଣିକି ,

    ତୁମ ପାଦେ ଦେବି ମୁଁହି l

ତୁମେ ହସୁଥିବ ମୁଁହି ଦେଖୁଥିବି ,

     କହୁଥିବ କିଛି କଥା l

ତୁମ ରାଣ ଖାଇ କହୁଛି ହେ ପ୍ରିୟା ,

     ନଥିବ ଜୀବନ ବ୍ୟଥା llll

ପ୍ରେମ ପ୍ରିୟା ଗୋଲାପ

Rate the content


Originality
Flow
Language
Cover design

Comments

Post


Some text some message..