Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Others

2  

Debabrata Jena

Others

ଆତ୍ମ ଅନୁଶୀଳନ

ଆତ୍ମ ଅନୁଶୀଳନ

1 min
2.6K



ଛଳନାର ଆସ୍ତରଣରେ

ପ୍ରତାରଣାର ଛଦ୍ମବେଶରେ

ଜୀବନଟା ଆଜି ଶ୍ଵାସରୁଦ୍ଧ ।

ମିଥ୍ୟାର ମଜଲିସରେ

ଶଠତାର ସାଜିସରେ

ହୃଦୟଟା ହୁଏ ନିତି ଦଗ୍ଧ ।।(୧)

ପରଶ୍ରୀକାତର-ସ୍ପର୍ଶ

ହିଂସା -ଅସୂୟାର ବଶ

କବଳିତ ଆଜି ସମାଜରେ ।

ଆତ୍ମପ୍ରବଞ୍ଚନା-ପୀଡ଼ା

କାମନା-ବାସନା -କୀଡ଼ା

ପ୍ରତୀକ୍ଷଣେ ନିତି ଝୁଣି ମାରେ ।।(୨)

ଉଲ୍ଲଗ୍ନତାର ଉଲ୍ଲାସ

ଉଦଣ୍ଡତାର ବିଳାସ

ପ୍ରତି ମୁହୂର୍ତ୍ତରେ ଅଙ୍କୁରିତ ।

ବିବର୍ଣ୍ଣ ମାନସିକତା

ରୁଗ୍ଣ ସମ୍ପ୍ରଦାୟିକତା

ସଦାବେଳେ କରେ ଅସ୍ତବ୍ୟସ୍ତ ।।(୩)


ଦେବବ୍ରତ ଜେନା

ଭୋଗରାଇ, ବାଲେଶ୍ଵର

9583138533


Rate this content
Log in