Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sidheswar Tripathy

Others Romance

3  

Sidheswar Tripathy

Others Romance

କବିର ଘରକୁ ଆସିବ

କବିର ଘରକୁ ଆସିବ

1 min
6.5K


ସମୟ ମିଳିଲେ ଆଗୋ ପ୍ରିୟତମା

(ଥରେ) କବିର ଘରକୁ ଆସିବ

କାନ୍ଥ ଠାରୁ ବାଡ ଛାତଠୁ ଚଟାଣ

ସବୁଠି ତ ତୁମ ମୁହଁ ଦିଶିବ ।

ଏ କବିଟା ସିନା ନିଶ୍ୱ ବୋଲି ତୁମେ

ତାହା ତ ଧରିଲ ନାହିଁ

ଦେଖିବ ତା’ ଘରେ ପ୍ରତି ଏରୁଣ୍ଡିରେ

ଦିଶୁଥିବା ତୁମ ଛାଇ ।

ତୁମ ହାତ ଛୁଆଁ ସାଉଁଟା ସ୍ମୃତିକୁ

କେତେ ଡାଏରୀରେ ଦେଖିବ ।

ସମୟ ମିଳିଲେ ଆଗୋ ପ୍ରିୟତମା

ଥରେ କବିର ଘରକୁ ଆସିବ ।

ଶବ୍ଦରେ ଶବ୍ଦରେ ତୁମ କଥା ସବୁ

କବିତାରେ ଲେଖା ହୋଇଛି

ଦାରୁଣ ନିଦାଘ କେତେ ତ ବିତିଛି

ଶ୍ରାବଣ ରାତି ବି ପାହିଛି ।

ପାଗଳ କବିକୁ ଦେଖିଦେଲା ପରେ

ନିଶ୍ଚୟ ତୁମେ ହସିବ

ସମୟ ମିଳିଲେ ଆଗୋ ପ୍ରିୟତମା

ଥରେ କବିର ଘରକୁ ଆସିବ ।

ସିଦ୍ଧେଶ୍ଵର ତ୍ରିପାଠୀ

କୁଣ୍ଡିଲୋ କେରଙ୍ଗ ଖୋର୍ଦ୍ଧା


Rate this content
Log in