ଦୁଃଖ କାହିଁ ମୋତେ ଦେଉଛ
ଦୁଃଖ କାହିଁ ମୋତେ ଦେଉଛ
ଏତେ ଦୁଃଖ ଦେଲା ପରେ ମୁଁ ଭାବିଲି
ଦୁଃଖ କାହିଁ ମୋତେ ଦେଉଛ
ଦୁଃଖେ ଅଛି ବୋଲି ଦେଖାଇ ଦେଉଛ
ତୁମେ କେତେ ମନେ ପଡୁଛ ।
ସୁଖ ଦେଲେ କାଳେ ଭୁଲି ଯିବି ବୋଲି
ଦୁଃଖ ସାଥି ମୋତେ କରିଲ
ଭୁଲି ଯିବି ବୋଲି ଏତେ ଚିନ୍ତା ତୁମ
ଏମିତି କାହିଁକି ଭାବିଲ
ତୁମ ଠାରେ ପ୍ରେମ ରଖିଛି ଅଧମ
ଖୋଜୁଛି ସୁଖକୁ ସାଥିରେ
ଦିଅ ପଛେ ଦୁଃଖ ତୁମ ଇଛା ମତେ
କହିବିନି କେବେ କଷ୍ଟରେ
ଅତଳ ଗଭୀର ହୃଦୟ ତୁମ୍ଭର
ମହୋଦଧି ଠାରୁ ବଳିକି
ଶୁଣି ଦେଲେ ଟିକେ ସରିବ କି ପ୍ରଭୁ
ସେଥିପାଇଁ ଶୁଣୁ ନାହଁ କି?
ଘେନ ପ୍ରଣିପାତ ହେ ବିଶ୍ୱ ନିୟନ୍ତା
ମୋ ଦୁଃଖ ସାଗର ଭରତା
କେତେ ମନୋବାଞ୍ଛା କରିବି ମୋ ପାଇଁ
ଯାଉ ମୋ ଜୀବନ ସରୀତା
ପ୍ରଶାନ୍ତ କୁମାର ହୋତା