Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action

4.8  

ବି. ନିରୁପମା

Action

ଭରିଦିଅ ଦିବ୍ୟ ସତ୍ତା

ଭରିଦିଅ ଦିବ୍ୟ ସତ୍ତା

1 min
199



     

ତୁମ କରୁଣାର ଦିବ୍ୟଧାରା ଢାଳି

ମୋ ଅନ୍ତର କର ଶୁଦ୍ଧ ,

ଦିଅ ମୋତେ ଚିର ଶାନ୍ତିର ଠିକଣା

ହେ ଆନନ୍ଦମୟ ବୁଦ୍ଧ ।


ଅମୃତମୟ ଏ ସଂସାର ମଧ୍ୟରେ

ମୁଁ ଏକ ପବିତ୍ର ସୃଷ୍ଟି ,

ଭକ୍ତିଭରେ ପଦେ ଗୁହାରି କରୁଛି

ହେ ଗୌତମ ଦିଅ ଦୃଷ୍ଟି ।


ମୂଲ୍ୟହୀନ କିଛି କାମନା ମୋ ନାହିଁ

ଚାହେଁ ଏ ସଂସାର ହିତ ,

ସମାଜ କଲ୍ୟାଣେ ବିତୁ ଏ ଜୀବନ

ପ୍ରସନ୍ନ ରହୁ ମୋ ଚିତ୍ତ ।


ମାନବ ଭିତରେ ମହାମାନବର

ଭରିଦିଅ ଦିବ୍ୟ ସତ୍ତା ,

କାମନାକୁ ଯେହ୍ନେ ଆୟତ୍ତରେ ରଖି

ପାଇବେ ସୁଖର ପତ୍ତା ।।



Rate this content
Log in

Similar oriya poem from Action