Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Srinibas Mahalik

Comedy

5.0  

Srinibas Mahalik

Comedy

ବରା

ବରା

1 min
259


ଭୁବନେଶ୍ବରରେ ବରାର ଆକାର

ଅଟେ ଅତ୍ୟଧିକ ଛୋଟ

ଦଶ କି ବାରଟା ଖାଇଲେବି ସୁଧା

ପୂରୁନାହିଁ ଜମା ପେଟ ।।


ଟଙ୍କା ଅନୁଯାୟୀ ବରାକୁ ଦେଖିଲେ

ହାଡକୁ ଯାଉଛି ବାଧି

ଇଚ୍ଛା ହୁଏ ଖାଲି ଦୋକାନୀବାଲାକୁ

ଦିଅନ୍ତିକି ଟିକେ ଶୋଧି ।।


ବିରି ପରିମାଣ କମିଯିବା ସହ

ଆକାର ବି ହେଲା ଛୋଟ

ବଜାରରୁ ଆଉ କଅଣ ଖାଇବି

ଦିଶୁନାହିଁ ବୁଦ୍ଧିବାଟ ।।


ହେ ସରକାର ଏଥି ପ୍ରତି ଟିକେ

ପଡୁ ଆପଣଙ୍କ ଧ୍ୟାନ

ନହେଲେ ଆମର ବରା ପ୍ରେମୀଙ୍କର

ଚାଲୁ ହେବ ଅନଶନ ।।



Rate this content
Log in