କରୁଛି ପ୍ରୟାସ ପ୍ରତିଦିନ ମୁହିଁ
କରୁଛି ପ୍ରୟାସ ପ୍ରତିଦିନ ମୁହିଁ
କରୁଛି ପ୍ରୟାସ ପ୍ରତିଦିନ ମୁହିଁ
ତୋ ପାଦେ ମିନତୀ କରି
ଦୁଃଖେ ଦେଖୁଥିବି ଦେଉଛୁ କି ମତି
ବୁଝିବି ସଂସାର ଭାରି
ଭରିଛ ମୋ ମନେ ଯେତେ ମାୟା ମୋହ
ଛାଡିବି କେମିତି କହ
ଯେତେ ମୁଁ ଛାଡୁଛି ହେଉଛି ନିକଟ
ହେଲାଣି ଏବେ ଦୂରୁହ
ଚିରସ୍ଥାୟୀ ନୁହେଁ ଜୀବନ କାହାର
ଦୁଃଖେ ସୁଖେ ଥାଏ ବଢା
କାହା ପାଇଁ ସୁଖ ଅଧିକ ଅଧିକ
କିଏ ପୁଣି ଦୁଃଖେ ଗଢା
ଅନ୍ଧ ପରି ତୋତେ ବୁଝିଚି ମୁଁ ଯେତେ
ଦେଖିବାକୁ ଛଟପଟ
ଯେଉଁ କର୍ମ ପଥେ ପାଇବି ମୁଁ ତୋତେ
ଚାଲୁଥିବି ସେହି ବାଟ
କହରେ କାଳିଆ ମୁଁ କି ଦୁଃଖ ଦେଲି
ମୋ ପାଖେ ସରାଗ ନାହିଁ
ସଂସାର ସୁଖରୁ ଗଲାଣି ତ ମୋହ
ବନ୍ଧା ସିନା ଅଛି ରହି।
କେମିତି ଛାଡିବି କହ ତୁ ଦଇବ
ଏ ମାୟା ବନ୍ଧନ ଏବେ
କର୍ତ୍ତବ୍ୟ କରମେ ଆସକ୍ତି ନଥିଲେ
ଅପନିନ୍ଦା ଯାହା ଦେବେ
ବଡଦାଣ୍ଡ ଧୂଳି ହେଉଥିଲେ ବୋଳି
ହେବକି ଶରଧା ସେତେ
କରିଦେ କାଳିଆ କିଛି ଗୋଟେ ମୋତେ
ଯାଉଥିବି ମୁକ୍ତି ପଥେ।
ପ୍ରଶାନ୍ତ କୁମାର ହୋତା