Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Lalatendu Kabi

Others

3  

Lalatendu Kabi

Others

ଔଦ୍ଧତ୍ୟ ମୋର ପରିଚୟ

ଔଦ୍ଧତ୍ୟ ମୋର ପରିଚୟ

1 min
14.4K


 

ଔଦ୍ଧତ୍ୟ ମୋର ପରିଚୟ

 

ପରମାତ୍ମନ୍ ! କୁହ ତୁମେ

    କେଉଁ ଧର୍ମ କର ଆଚରଣ |

ହିନ୍ଦୁ ତୁମେ, ମୁସଲ୍‌ମାନ୍,

    ଇହୁଦୀ କି ବୌଦ୍ଧ, ଖ୍ରୀଷ୍ଟିୟାନ ||   -୧-|| 

ଅନାଦି କାଳରୁ ତୁମେ

    ଯୁଗେ ଯୁଗେ ଦିଅ ଆଦ୍ୟଜ୍ଞାନ |

ନିଜ ସମ୍ପ୍ରଦାୟ କିନ୍ତୁ

    ସଭିଙ୍କଠୁ ରଖିଛ ଗୋପନ ||       -୨-|| 

କୃପାସିନ୍ଧୁ ନାମ ଧରି

    ଏକ ବିନ୍ଦୁ ନ ରଖିଲ କୃପା |

ନିଜ ନୀତି ନିୟମକୁ

    ଶାସ୍ତ୍ରଠୁ ବି ରଖିଛ ଅଛପା ||       -୩-|| 

ସବୁ ଧର୍ମ-ଅବଲମ୍ବୀ

    କହୁଛନ୍ତି ଈଶ୍ଵର ତାଙ୍କର |

ଭିନ୍ନ ମତେ ଉପାସନା 

    କରିବାଟା ମହା ପାପାଚାର ||   -୪-||

 

ଅକର୍ମ ବି କର୍ମ ବୋଲି

    କହିଅଛ ତୁମରି ଶ୍ରୀମୁଖେ |

ତୁମ ନୀରବତା କିନ୍ତୁ

    ମାନବକୁ ରଖିଅଛି ଦୁଃଖେ ||    -୫-||

 

ଜାଣିଲେ ତୁମର ନୀତି

    ସଭିଏଁ ତ ତାହାକୁ ପାଳନ୍ତେ |

କି ଆନନ୍ଦ ପାଅ ତୁମେ

    ଧର୍ମ ନାମେ ଏତେ ରକ୍ତପାତେ ||      -୬-|| 

ଉତ୍ତର ପାଇବା ଯାଏ

    ପଚାରିବି ତୁମ ସମ୍ପ୍ରଦାୟ |

ମଲେ ବି ଛାଡ଼ିବି ନାହିଁ,

    ଔଦ୍ଧତ୍ୟ ହିଁ ମୋର ପରିଚୟ ||  -୭-||

 

ଲଲାଟେନ୍ଦୁ କବି   ୨୭ ଜୁଲାଇ ୨୦୧୪


Rate this content
Log in