ଜୀବନ ଗୀତା-୧୬୯
ଜୀବନ ଗୀତା-୧୬୯
1 min
6.8K
ଜୀବନରେ ସତପଥେ
ଚାଲିବା କଠିନ
ଖଣ୍ଡାଧାରେ ଚାଲେ ଯିଏ
ଜାଣେ ସେ କଷଣ ॥୦॥
ସତ ନୁହେଁ ଏକ ପଞ୍ଜୁରୀ ଶାରି
ରଖିଦେବ ତାକୁ ବନ୍ଦିନୀ କରି
ସୀମା ସରହଦ ମାନେନାହିଁ ସତ
ଖୋଲିଦିଏ ମଣିଷର
ମିଥ୍ୟାର ବନ୍ଧନ ॥୧॥
ସତ୍ୟ ନ୍ୟାୟ ଧର୍ମ ତିନିହେଁ ସାଥୀ
ଏକକୁ ଆରେକ ବଳି ପଡନ୍ତି
ଅନନ୍ତ ପଥର ସେ ଯେ ସହଚର
ଚିରଦିନ ଚାଲିଥାଏ
ତାଙ୍କରି ବନ୍ଦନ ॥୨॥