Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

2  

Prasanta kumar Hota

Others

କର୍ମ ନିଶା

କର୍ମ ନିଶା

1 min
6.8K


କର୍ମ ନିଶା ନୁହେଁ କର୍ମ ସଫଳତା

ସାମୟିକ ନିଶା ମାତ୍ର ମାଦକତା

ବିଚାର ନରହେ ବନ୍ଧୁ ଆତ୍ମୀୟତା

ସେ ଜୀବନ ଯେଣୁ ଅହଂ ଅନୁରକ୍ତା


ସୁଜନ ସୋପାନେ ବଞ୍ଚିବା ଜଗତେ

ଅସଫଳ ନୁହେଁ କେବେ କାର ହିତେ

ସମ କର୍ମ ଫଳ ସମତା ବିରଳ

କର୍ମ ଭୋଗ ସଦା ବିଧାତାର ଖେଳ


ପ୍ରଭୁ ଲୀଳା ଯେଣୁ ବୁଝିବା ଜଟିଳ

ବୁଝି ପାରୁଥିଲେ ସେଜୀବ ସଫଳ

ନିଜ କର୍ମେ ତୃପ୍ତି ଦିଏ ଆତ୍ମ ବଳ

ମନ ପରିମଳ କରମ କୌଶଳ


ସଫଳତା ମାତ୍ର ଅନ୍ୟ ମୂଲ୍ୟାୟନ

ତୃପ୍ତି ଏକ ଶାନ୍ତି ନିଜସ୍ଵ ନିଦାନ

ସଫଳତା ନୁହେଁ ଜୀବନର ଧ୍ୟେୟ

ଅସଫଳ ଯେଣୁ ନୁହେଁ ଅସହାୟ


ଭାବୁଥାଏ ମନ ଫଳ ହୁଏ ଆନ

ବୁଝି ହୁଏ ନାହିଁ ବିଧିର ବିଧାନ

ରଖିବାକୁ ହେବ ଆୟତ୍ତ ରେ ମନ

କର୍ମ ନୁହେଁ କାର କାହାଠାରୁ ନ୍ୟୁନ


ସଂଯମି ଇନ୍ଦ୍ରିୟ ବ୍ୟସନେ ଭୋଜନେ

ଦେଉଥିବା ଖୁସି ଆତ୍ମୀୟ ସ୍ଵଜନେ

ପ୍ରଶଂସା ଆଶାରେ ନିନ୍ଦା ଅପମାନେ

ଜୀବନ ନହେଉ ପୁଲକ ବିହୁନେ

ପ୍ରଶାନ୍ତ କୁମାର ହୋତା


Rate this content
Log in