Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pankajini Upadhaya

Fantasy

3  

Pankajini Upadhaya

Fantasy

ଧୋବ ଫରଫର ରୃପ ଝରଝର

ଧୋବ ଫରଫର ରୃପ ଝରଝର

1 min
326


ଧୋବ ଫରଫର ରୂପ ଝରଝର

ଦୋହଲୁଛି ଏଠି ସେଠି ସବୁଠି

ସ୍ବର୍ଣ୍ଣ ଧାନ୍ଯ କ୍ଷେତ୍ର ହିଡ ଭରା ଚିତ୍ର

ଶରତ ସୁନ୍ଦରୀ ନାହିଁ କେଉଁଠି ?

ପୁଷ୍କରିଣୀ ବନ୍ଧ ନୂଆନଈ ତଟ

ଗାନ୍ଧୀ ସଡକର ଉଭୟ ପଟ

ଶରତ ସକାଳ ପବନର ତାଳ

କାଶତଣ୍ଡି ଝୁଲାଏ ଚଅଁର ଛାଟ ।

ପ୍ରେମିକା ଚନ୍ଦ୍ରର ଉଠେ ତରତର

ଭେଟ ହୁଏ କାଶତଣ୍ଡି ସାଥିର

ଭ୍ରମ ସେ ଜଗାଏ ମନ ବି ହଜାଏ

କାହିଁକି ନା ସେ ତା ପ୍ରେମ ରଙ୍ଗର ?

ମାଲକାନାଗିରି କୋରାପୁଟ ରାସ୍ତା

ସବୁଠି ଭେଟିବ ତାର ଝୁଲଣା

ଯେମିତି ପୂବେଇ ପବନ ବହୁଛି

ଶୀତେଇ ଯାଉଛି ଦେହ ଅଗଣା ।

ଏବେ ସବୁଆଡେ ଯେଉଁଠିକୁ ଯାଅ

ମେଲେଇଛି ତାର ଅପୂର୍ବ ଶୋଭା

ଅଗନା ଅଗନି ଦୂରନ୍ତ ବନାନି

ସବୁଠି ସେହି ଦୃଶ୍ୟ ମନଲୋଭା ।

ରୂପସୀ ତରୁଣୀ ଅବା ଗୋଚାରୁଣୀ

ସମସ୍ତେ ଲାଗନ୍ତି ସୁନ୍ଦରୀ ରାଣୀ

କଳା ହଜିଯାଏ ଧଳା ସାଜିଦିଏ

କାଶତଣ୍ଡିର ପରା ଏହି କାହାଣୀ ।

ସ୍କୁଲ ଗଲାବେଳେ ଦେଖେ ମୋତେ ସିଏ

ଉପଭୋଗ କରେ ମୁଁ ତାର ରୂପ

ମନ ମୋହିନିଏ ଅଟକାଇ ଦିଏ

କହେ ଫଟୋରେ ରଖ ମୋ ସ୍ବରୂପ ।

ମୁଗ୍ଧ ମନବନ ଜାଗେ ବି ଚେତନ

ଧାନ କିଆରୀରେ ଏତେ ଶୋଭନ

ଲୁଚିଛି ମୋ'ଖାଦ୍ୟ ଦିଶୁନି ଧାନ

ତେବେ କିଏ କରିବ ଖାଦ୍ୟ ଦାନ ?

ସୌନ୍ଦର୍ଯ୍ୟ ମାଧୁରୀ ବଡ ସେ ଚତୁରୀ

ହଜାଇ ସ୍ବପ୍ନେ ଲୁଟାଏ ଜୀବନ

ଖାଦ୍ୟ ଆଉ ସ୍ବପ୍ନ ସବୁତ ଜରୁରୀ

କାଶତଣ୍ଡି ଏବେ ତୋର ମନନ ।


Rate this content
Log in