ନଉଠାଉ ହାତ, ନପୋଡୁ ନିଆଁରେ
ନଉଠାଉ ହାତ, ନପୋଡୁ ନିଆଁରେ
ନଉଠାଉ ହାତ, ନପୋଡୁ ନିଆଁରେ
ପର୍ଶୁରାମ ବିଶ୍ୱାଳ
ପୋଷା ବିଲେଇକି ପୋଷା କୁକୁରଟେ ପୋଡ଼ି ମାରିବାର କାହିଁ
ଶୁଣିନାହିଁ କାନ, ପୋଡ଼ି ମାରୁଅଛି ଘରଣୀକି ତା ଗୋସେଇଁ
ଯଉତୁକ ଲୋଭ କିବା ପାଗଳାମି
ବୁଝେଇ କହ କହ୍ନେଇ ।
ଯଉତୁକ ପାଇଁ ସଜାଡ଼ିପାରୁନି ଉଜୁଡ଼ିଯାଉଚି ଘର
ସରଗ କି ହବ, ନରକ ଯନ୍ତ୍ରଣା ଭୋଗିବା ହେଉଚି ସାର
ଜୀବନର ମାନେ କି ବୁଝିବ ସିଏ
ଅବୁଝା ସେ ତାଆ ପାଇଁ ।
ମରତେ ଦୁର୍ଲଭ ସେଇ ଆନନ୍ଦଟି, ଯା’ର ପିଲାଛୁଆ ଘର
ସ୍ତ୍ରୀ ହୋଇଥବ ପତି ସୋହାଗିନୀ, କି ଦେବ ଉପମା ତା’ର
ବ୍ରହ୍ମାଣ୍ଡ ଐଶ୍ୱର୍ଯ୍ୟ ଠୁଳ ଜାଣି ନର
କିଆଁ ଯାଉଚି ଦୂରେଇ ?
ବିଚାରହୀନ ଏ ମଣିଷକୁ ଜଗା କହ ତୁ ତାଗିଦ କରି
ନଉଠାଉ ହାତ, ନପୋଡୁ ନିଆଁରେ, ଘରଣୀ ତା ଲକ୍ଷ୍ମୀ ସରି
ତା ନକଲେ ହବ ଲକ୍ଷ୍ମୀଛଡ଼ା ସିଏ
କାନ୍ଦିବ ଲୁହ ଗଡ଼େଇ ।
ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ
ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪
ଫୋନ୍-୯୮୫୩୭୫୯୭୦୦
*****