Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SIPRA NAMTA

Others

3  

SIPRA NAMTA

Others

ଭାଵର ବିଶ୍ୱାସ

ଭାଵର ବିଶ୍ୱାସ

2 mins
13.5K


ବ୍ରହ୍ମାଣ୍ଡର ନାଥ ଭୁବନ ମଣ୍ଡଳେ

ବିରାଜିତ ନୀଳଶୈଳେ

ଅନାଦି ଅନନ୍ତ କାଳୁ ରବି ଶଶୀ

ଇଙ୍ଗିତରେ ଯା'ର ଚଳେ ।।


ଚକ୍ର ପ୍ରାୟ ନେତ୍ର ଶୀତ ଉଷ୍ଣ ଜ୍ୟୋତି

ଆଶୀଷ ବାରତା ଦିଏ

ଉର୍ଦ୍ଧବାହୁ ଟେକି ଅଭୟର ବାଣୀ

ହୃଦୟରେ ବାଜୁଥାଏ ।।


ଶ୍ରୀକ୍ଷେତ୍ର ମନ୍ଦିର ପତିତପାବନ

ବାନା ଉଡେ ଫରଫର

ବିଶ୍ୱ ଭ୍ରାତୃତ୍ବର ନାଗରା ବାଜଇ

ଅହରହ ନିରନ୍ତର ।।


ତୁଳସୀ ଦୟଣା ସୁଗନ୍ଧ ଚନ୍ଦନ

ବାସ ଛୁଟେ ଦଶ ଦିଗେ

ପବିତ୍ର କରଇ କୈବଲ୍ୟ ନିର୍ମାଲ୍ୟ

ପାପ ଯାଏ ପୁଣ୍ୟ ଭୋଗେ ।।


କୀଟ ଠାରୁ ବ୍ରହ୍ମ ବ୍ୟାପୃତ ଜଗତେ

ଉଲ୍ଲସିତ କରେ ପ୍ରାଣ

ଚକା ନୟନ ର ଭାଵ ବନ୍ଧନ ରେ

ରୋମକୂପେ ଶିହରଣ ।।


ଶ୍ୟାମ ପଦ୍ମ ମୁଖ ଶୋଭା ଅପରୂପ

କାନ୍ତିରେ ଶୀତଳ ସ୍ପର୍ଶ

ଦୁଃଖ ଜ୍ବାଳା ପ୍ରଶମିତ କରୁଥାଏ

ହରିନିଏ ସବୁ ବିଷ ।।


ଚତୁର୍ଦ୍ଧା ମୂରତି ଦର୍ଶନ ଦିଅନ୍ତି

ଘୋଷଯାତ୍ରା ସମୟରେ

ବଡ ଦାଣ୍ଡ ପୂରେ ଗହ ଗହ ନାଦେ

ଲକ୍ଷ ଲକ୍ଷ ଭକ୍ତ ମେଳେ ।।


ରଥ ପଥ ବଡ ମହିମା ତାଙ୍କର

କେ'ବର୍ଣ୍ଣିବ ଅବା ତୁଣ୍ଡେ

କାଳିଆ ସାଆନ୍ତ କୃପା କରିଥାନ୍ତୁ

ଆଶୀଷ ଥାଉ ଯେ ମୁଣ୍ଡେ ।।


ଝୁଲି ଝୁଲି ହଲି ହଲି ଆସୁଥାନ୍ତି

ଟାହିଆ ମସ୍ତକେ ଶୋଭା

ମହା ପୁଣ୍ୟ ବଳେ ଚର୍ମ ଚକ୍ଷୁ ତଳେ

ଦରଶନ ମନ ଲୋଭା ।।


ଭକ୍ତ ଭଗବାନ ମିଳନ ନିମନ୍ତେ

ରଥାରୂଢ ଭାବଗ୍ରାହୀ

ଭଜନ କୀର୍ତ୍ତନ ନର୍ତ୍ତନ ରେ ରତ

ରଥ ଦାଣ୍ଡ ଉଛୁଳଇ ।।


ପ୍ରେମେ ପୁଲକିତ ହୋଇ ବିହ୍ଵଳିତ

ପୁଷ୍ପବୃଷ୍ଟି ବାରିଧାରେ

ଜଳଦ ମାଳା ତ ଆଭୂମ ପ୍ରଣାମ

କରୁଥାଏ ବସୁଧା ରେ ।।


ଅନାଥ ରକ୍ଷକ ଜଗତ ର ନାଥ

ପତିତ ଉଦ୍ଧାର ପାଇଁ

ରଥେ ଭ୍ରମୁଥାନ୍ତି ବରଷକେ ଥରେ

କୋଟି ବ୍ରହ୍ମାଣ୍ଡ ଗୋସାଇଁ ।।


ଦିବ୍ୟ ଦରଶନେ ତୃପ୍ତ ନୁହେଁ ମନ

ବାରମ୍ବାର ନେତ୍ର ଖୋଜେ

ସେ କଳା ମୁଖର ପ୍ରେମ ରେ ନିରତ

ମନ ପ୍ରାଣ ସଦା ହଜେ ।।


ମାୟା ଆବରଣ ଢାଙ୍କି ରଖେ ଜୀବ

ଯେତେଦିନ ଜୀଇଁଥିବ

"ମୁଁ "କା ର ଅହଂ ର ନିଃଶ୍ୱାସେ କେବଳ

ବିଷ ବୋଳି ହେଉଥିବ ।।


ସେ ବିଷ ଅମୃତ ହୁଏ ଯା'ପରଶେ

ପରମାତ୍ମା ସଂଦର୍ଶନେ

ମୁକତି ର ପଥ ସେଇ ଜଗନ୍ନାଥ

ଘେନା କରି ମନ ପ୍ରାଣେ ।।


ସୃଷ୍ଟିକର୍ତ୍ତା ପ୍ରଭୁ ଲୀଳା ଆଚରନ୍ତି

ଇଙ୍ଗିତ ରେ ଆତ ଯାତ

ବିଶ୍ୱନିୟନ୍ତା ସେ ଆଶୀଷ ଢାଳନ୍ତି

ଧର୍ମ ପଥେ ଯିଏ ରତ ।।


ଏ ସୃଷ୍ଟି ସମ୍ଭାର ନୈବେଦ୍ୟ ରୂପରେ

ଲୋଟୁଥାଏ ଶ୍ରୀଚରଣେ

ମହାର୍ଘ୍ୟ ତାଙ୍କରି ତାଙ୍କୁ ସମର୍ପିତ

କରୁଥାନ୍ତି ଏ ଅଧମେ ।।


ସକଳ ଘଟରେ ବିରାଜିତ ବ୍ରହ୍ମ

ହେତୁ କରି ହୋଇ ତୋଷ

ଅଧର୍ମକୁ ତେଜି ପୁଣ୍ୟ ଧର୍ମ ଅର୍ଜି

ନିଃଶ୍ୱାସେ ନାହିଁ ବିଶ୍ୱାସ ।।


---------

ସିପ୍ରା ନାମତା ( ନମ୍ରତା )

ବାରିପଦା

8249850168


Rate this content
Log in