Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Acharya

Romance

2  

Sasmita Acharya

Romance

ସଂପର୍କ ବି ଏମିତି ହୁଏ

ସଂପର୍କ ବି ଏମିତି ହୁଏ

1 min
1.4K


ରକ୍ତ ସଂପର୍କର ଅଭିମାନ ଥିଲେ

ଆଉ କ'ଣ ଅଧିକ ମାଗି ପାରିଥାନ୍ତି ଯେ

ଅଜାଡ଼ି ଦେଇଛ ସେଇ ପବିତ୍ର ସଂପର୍କ

ଭାଇ ଓ ଭଉଣୀର ନିଛକ ସ୍ନେହ ଭଲପାଇବା

ଅତୁଟ ବିଶ୍ବାସର ଏକ ଦୃଢ ବନ୍ଧନ

ଦୁଃଖରେ ସାହାସ ଟିକିଏ

ମିଠା ମିଠା କଥା ପଦେ

ଜିଦ୍ ଓ ଅଭିମାନ ||


ସେହି ସ୍ନେହର ଟିକିଏ ଚିଡ଼େଇବା ପଣ

ଚଣ୍ଡି ଚେମେଡ଼ି ବିଲେଇ ସମ୍ବୋଧନରେ

କେତେ ଯେ ଖୁସି ଭଲପାଇବା

ଆତ୍ମହରା ହୋଇଉଠେ ମୋ ମନ

ଅନେକ ଅଚିହ୍ନା ମୁହଁର ଭିଡ ଭିତରେ

ଗୋଟିଏ ଚିହ୍ନା ମୁହଁ

ବିଶ୍ବାସ ଅବିଶ୍ବାସର

ଶାମୁକା ଗର୍ଭରୁ ସତେ ସଂପର୍କର

ମୁକ୍ତା ଟିଏ………||


Rate this content
Log in

Similar oriya poem from Romance