Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Malla

Others

3  

Bhakta Malla

Others

ତୁମ ସଂଗେ ଥରେ ଭାବ ଲାଗିଗଲା

ତୁମ ସଂଗେ ଥରେ ଭାବ ଲାଗିଗଲା

1 min
7.0K


ତୁମ ସଂଗେ ଥରେ ଭାବ ଲାଗିଗଲା

ଆଉ କି' ସେ ଭାବ ଛାଡିବ,

ପ୍ରୀତିର ରଙ୍ଗରେ ମହକ ଲଗାଇ

ଭୁରୁ ଭୁର ସିଏ ବାସିବ ।

ତୁମେ କଳାକାର କଳକଳ ତୁମ

କଲ୍ଲୋଳିତ ହସ କାନ୍ଦ,

ସବୁରି ହୃଦୟେ ଭରି ଦେଇପାର

ଦିବ୍ୟ ପ୍ରେମର ଆନନ୍ଦ ।

ଛଳ ଛଳ ତୁମ ଜୀବନ ଗୀତିକା

ଜଳ ଛବିପରି ଝଟକେ,

ଯେତେ ଦୂରେ ଥିଲେ ତୁମ ପାଇଁ ବଂଧୁ

ଏ ମନ କାହିଁକି ଅଟକେ ।

କବି କଳାକାର ହୃଦୟ ମନ୍ଦିର

ସେନେହ ପ୍ରୀତିର ଛନ୍ଦ

ସପନେ ବଞ୍ଚିବା ନିଜକୁ ଖୋଜିବା

କଳାରେ କଳାରେ କୋଣାର୍କ ଗଢିବା

ମହାନ୍ ଉଦାର ଭାବ ।

କଳାକାର ବଂଧୁ ଯିଏ ନିଜେ କାନ୍ଦି

ଅନ୍ୟ ମୁହେଁ ଆଙ୍କେ କ୍ଷୀଣ ହସରଧାର

ସେଇ ବଂଧୁ ପ୍ରଭାକର ସାହୁଙ୍କ

ବଂଧୁତ୍ବର ଏକବର୍ଷ ପୂର୍ତ୍ତି ଅବସରରେ ।

ଜୟ ଶ୍ରୀ କୃଷ୍ଣ ।


Rate this content
Log in