କବିତାର ଆରପାଖ - 9
କବିତାର ଆରପାଖ - 9
ଖେଚଡ୍ ନିଦ
ଗୋଟେ ବର୍ଣ୍ଣ ଧରେଇ ପାର୍
ଆଉ ଗୋଟେ ହେଲେ ସିନା
ଗଢିବି ଶବ୍ଦ।
ସାରାରାତି ଝର୍କା ଖୋଲିଲି
ଝଡିପୋକଙ୍କ ଭିତରେ
ଜିଭମାନେ ବିନିଦ୍ର।
ମ! କାହିଁ କିଛିନାହିଁ
ମାଧ୍ୟାକର୍ଷଣ ଭିତରେ
ବର୍ଷା ଲୁହ ହୋଇପାରେ।
ଏବେ, ଟଗର ଗଛ ଭିଜୁଛି
ଅବୈଧ ଘଟୁଛି କିଛି।
ବାରମ୍ବାର ସର୍ବନାମମାନଙ୍କୁ
ଦୋହରାଇଲେ କୋଉ ପ୍ରେମ
ଶଃ! ଏ ସର୍ବନାମ
ରାମ! ରାମ! ରାମ!
ମଶାଣି ଗୋଟେ
ପାଚିଲା ବାଳରେ
ଦୁଷ୍ଟ ଚୁଇଙ୍ଗମ୍ ପରି ଝୁଲୁଥାଏ
ସର୍ବନାମ ଗଢେ ପ୍ରେମ ଭ୍ରମ।
ସବୁ ଦରଦୀ ପାଚିଲା ବାଳ
ଏବେ ମାଲିକ ଶବ୍ଦର
କବିତାର ଆରପାଖ
ପାଉଁଶରୁ ଗଢେ ମିଛର
ରଙ୍ଗୀନ ଗୋଲାପ।।
ଅନୀଲ କୁମାର ପାଢୀ