Audio

Forum

Read

Contests

Language


Write

Sign in
Wohoo!,
Dear user,
ସ୍ୱପ୍ନର ଘର...
ସ୍ୱପ୍ନର ଘର...
★★★★★

© DR AMRESH PATTNAIK

Inspirational

1 Minutes   6.5K    3


Content Ranking

       

ସ୍ୱପ୍ନ ଅଟେ ସେତ   ସୁପ୍ତରୁ ଜାଗ୍ରତ

        ଅଟଇ ଭାରି ମଧୁର

ଚାନ୍ଦିନୀ ରାତିର   ଛାୟାମୟ ଆକାଶେ

       ଉଛୁଳି ପଡେ ଭାଵର ।।

ନର୍କଠାରୁ ସ୍ୱର୍ଗ       ସ୍ୱର୍ଗଠାରୁ ଵୈଷ୍ମବ   

     ସମସ୍ତେ ଭୋଗନ୍ତି ସ୍ୱପ୍ନର ଆସର

ପିଲା ଠାରୁ ବୁଢ଼ା     ପିଲି ଠାରୁ ବୁଢ଼ୀ

     ଘୁରନ୍ତି ଏ ମାୟାର ସହର ।।

କିଏ ଲଭେ ଗନ୍ଧ      କିଏ ମକରନ୍ଦ

    ସ୍ନେହ ପ୍ରେମ ଭରା ସଂସାର

ମିଛ ମାୟା ଏ ସଂସାର ଏଠି କିଏ ନୁହେଁ କାହାର

      ସବୁ ସ୍ୱାର୍ଥ ଏଠି ଆପଣାର ।।

ଏ ଧରାଧାମେ         ଜନମିଲି ବୋଲି 

       ସର୍ବତ୍ର କଲି ଆଦର

ସୁନାଟିଏ ଧରି      ଚୁନାକଲି ବୋଲି

      ଦିନହେଲା ଦୁର୍ଦିନର ।।

ଇନ୍ଦ୍ରଙ୍କ ଅଟ୍ଟାଳିକା।  ତଳେସବୁ ଫୀକା

     ଛାୟାମୟ ଏ ଆସର

ବିରାଟ ସନ୍ଧାନେ  ଭୁଲିଗଲି କ୍ଷୁଦ୍ର

    ଏହି ମୋ ସ୍ୱପ୍ନର ଘର.....

             ଏହି ମୋ ସ୍ୱପ୍ନର ଘର.....


ଡ଼ଃ ଅମ୍ରେଶ ପଟ୍ଟନାୟକ

ବିଞ।ନ ଶିକ୍ଷକ

ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ

ପୋଲସରା,ଗଞାମ,୬୭୧୧୦୫

ଦୂରାଭାଷ--୭୮୭୩୦୨୩୦୦୫

ସ୍ୱପ୍ନର ଘର ରାତି ସ୍ୱର୍ଗ

Rate the content


Originality
Flow
Language
Cover design

Comments

Post


Some text some message..