Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Others

3  

Niranjan Sahu

Others

ବିବାହ

ବିବାହ

1 min
111


ଗାଁ ରୁ ହଜିଲା ଗୋରୀ କନିଆଁ     

ଗାଁ ଯାକ ଟୋକା ହେଲେ ଛାନିଆଁ  ।

    

କାହା ସଙ୍ଗେ ସିଏ ପଳେଇଗଲା

ଗାଁ ସାରା ନିଆଁ ଲଗେଇଦେଲା ।


ସାହିପଡ଼ିଶା ଟାହିଟାପରା ହେଲେ

ଟୋକାମାନେ ସବୁ ଅଣ୍ଟା ଭିଡ଼ିଲେ ।


ଗାଁ ର ଇଜ୍ଜତ ପଦାକୁ ଗଲା

ଗାଁ ସନମାନ ତଳେ ପଡ଼ିଲା ।


ସାରା ରାଇଜଟା ଖୋଜା ପଡିଲା

ଶେଷରେ କନିଆଁ ଧରାପଡ଼ିଲା ।


ପାଖ ଗାଁ ପିଲା ସାଙ୍ଗରେ ଥିଲା

ଅଲଗା ଜାତିର ପିଲାଟି ଥିଲା

ଗାଁର ମୁଣ୍ଡରେ ସଭା ବସିଲା ।


ଗାଁ ଲୋକ ସବୁ ନିଷ୍ପତି ନେଲେ

ଦାରୋଗା ବାବୁ କୁ ଆସି କହିଲେ।


ଦାରୋଗା ବାବୁ ସବୁ ଶୁଣିଲେ

ଦାରୋଗା ବାବୁ ଆକଟ କଲେ

ସରକାରୀ ନିୟମ ବୁଝେଇଦେଲେ ।


ଅଠର ବରସ ଝିଅକୁ ହେବ

ଏକୋଇଶ ବର୍ଷ ପୁଅର ଥିବ

ତେବେ ଯାଇ ବାହା ହୋଇପାରିବ ।


ନିଜ ଇଚ୍ଛାରେ ବାହା ହୋଇ ପାରିବେ

ବିରୁଦ୍ଧ କରିଲେ ଜେଲ ଯିବେ ।


ଗାଁ ଲୋକ ସବୁ କଥା ବୁଝିଲେ

କାନ ମୁଣ୍ଡ ଆଉଁସି ଚୁପ ରହିଲେ ।


Rate this content
Log in