Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Malla

Inspirational

2  

Bhakta Malla

Inspirational

ବୟସ

ବୟସ

1 min
6.8K


ଛପି ଛପି କିଏ ଜଣେ

ଭିତରକୁ ପଶି ଆସେ

କେହି ଜାଣେନା,

ଜାଣିଲା ବେଳକୁ ସତେ

ଚାଲିଯାଏ ଏ ଯୌବନ

ଜଣା ପଡେନା ।।

ଅନ୍ତରଙ୍ଗ ବଂଧୁ ପରି

ଯିଏ ଦିନେ ଆସୁଥିଲା

ଜହ୍ନର ଆଲୁଏ

ଅଜାଣତେ ବଧୁ ପରି

ଚାଲିଗଲା ଥିରି ପାଦେ

ରଖି ଦେଇ ସ୍ମୃତି ପାଖୁଡାଏ ,

ହଜିଯାଏ ସେଇ ସ୍ମୃତି

ବଢିଗଲେ ବୟସଟା

ବୁଝା ପଡେନା ।।

ଏବେ ଆଉ ଜହ୍ନି ଫୁଲ

ହସେ ନାହିଁ ହରଷରେ

ମହକେନା ମଲ୍ଲୀର ମହକ

ଏଇ ମନ ବଗିଚାଟା

ବୟସର ବତାସରେ

ଭାଙ୍ଗିଯାଏ ହରାଇ ଚମକ,

କିଛି ଜଳି ଲିଭିଯାଏ

ବୟସଟା ବଢିଗଲେ

ବୁଝା ପଡେନା ।।


ଶ୍ରଦ୍ଧା ର ସହ

ଭକ୍ତ ଚରଣ ମଲ୍ଲ

25th October 2017.


Rate this content
Log in