Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LAXMAN KUMAR BEHERA (ଯତି)

Romance

2  

LAXMAN KUMAR BEHERA (ଯତି)

Romance

କିଏ କହେ ତମକୁ ମୁଁ ଭଲ ପାଏନା

କିଏ କହେ ତମକୁ ମୁଁ ଭଲ ପାଏନା

2 mins
6.9K



ଆବିଷ୍କାର କଲି ଯେବେ

ତୁମକୁ ମର୍ତ୍ତ୍ଯରେ,

ସେବେଠୁ ପାଉଛି ଭଲ

ଭୁଲି ନାହିଁ ଥରେ ।

ମୋତେ ଭାରି ଭଲ ଲାଗେ

ଯାହା କହୁଥାଅ,

ସେଇ ବାଟେ ଯାଏ

ଯେଉଁ ବାଟେ ତୁମେ ଯାଅ ।

ପଛକୁ ଫେରିଲେ ସିନା

ଜାଣିବ ନବୀନା •••

କିଏ କହେ ତମକୁ ମୁଁ ଭଲପାଏନା ?


ପାହାନ୍ତିଆ ସ୍ବପ୍ନ ମୋତେ

ଶହେ ସୁଖ ଦିଏ,

ତୁମେ ଆସୁଥାଅ ବୋଲି

ଶୋଇ ଦେଖୁଥାଏ ।

ଅନ୍ଯ କାହା ଡାକ ଜମା

ନ ଶୁଭଇ ମୋଟେ,

ତୁମେ ଯେବେ ଉଠ କୁହ

ପ୍ରାଣ ଚେଇଁ ଉଠେ ।

ଦରଦୀ ମନରେ ମୋର

ଭରୁଛ ଭାବନା •••

କିଏ କହେ ତମକୁ ମୁଁ ଭଲପାଏନା ?


ତୁମ ସ୍ପର୍ଶ ପାଇବାକୁ

ବ୍ଯାକୁଳ ହୃଦୟ,

ଆରଗନ୍ ଗ୍ଯାସ୍ ଭଳି

ରହିଛି ନିଷ୍କ୍ରିୟ ।

କୁଣ୍ଡରୁ ପଡେ ଉଚ୍ଛୁଳି

ପ୍ରୀତି ମିଶା ସ୍ନେହ,

ମନୁଷ୍ୟ ଜନ୍ମରୁ ପ୍ରିୟା

ମୋତେ ମୁକ୍ତି ଦିଅ ।

କୃଷ୍ଣା ତୁମେ ମୋ ପ୍ରାଣରୁ

ମେଣ୍ଟାଉଛ ତୃଷ୍ଣା •••

କିଏ କହେ ତମକୁ ମୁଁ ଭଲପାଏନା ?


ଶାନ୍ତି ନିକେତନ ତୁମେ

ଏ ଯାଯାବରର,

କୋଟି ଜନ୍ମେ ନ ଭୁଲିବି

ତୁମ ଦେଶ ଦ୍ବାର ।

ବେଦ-ଶାସ୍ତ୍ର-ରାମାୟଣ

ମହାଭାରତରେ,

ନପାଏ ଅଥଚ ଖୋଜେ

ପ୍ରତିଟି ଶବ୍ଦରେ ।

କାଳେ ପାଇଯିବି ବୋଲି

ଖୋଜୁଅଛି ସିନା •••

କିଏ କହେ ତମକୁ ମୁଁ ଭଲପାଏନା ?


ମୋ ଚାଟଶାଳିର ତୁମେ

ବର୍ଣ୍ଣବୋଧ ପାଠ,

ପଣକିଆ ମାଳା - ଗପ

ମିଠା ମିଠା ଗୀତ ।

ଜୀବନ୍ତ କଥା ସଂଗୀତ

କବିତା ପେଡିର,

ବିଶ୍ବରୂପ ମୟୀ ତୁମେ

ଶ୍ରୀ ରାଧା ଗୋ ମୋର ।

ମନ କେନ୍ଦୁଝର, ଦେହ

ଦେବଗଡ ସିନା •••

କିଏ କହେ ତମକୁ ମୁଁ ଭଲପାଏନା ?


ମନ ଦିଆ ନିଆ ନୁହେଁ

ଟିକିଏ ବି ପାପ,

କାମନା ମଦିରା ପେଇ

ହର ଗୋ ସନ୍ତାପ ।

ମିଳନର ସ୍ବର୍ଗ ସୁଖ

ମାଗେ ମୋର ହିୟା,

ନିରବରେ ଓଠ ଡାକେ

ପ୍ରିୟା,ପ୍ରିୟା ,ପ୍ରିୟା।

ନିବେଦନ ମୋର କେବେ

ଶୁଣୁ ନାହଁ ଜମା

କିଏ କହେ ତମକୁ ମୁଁ ଭଲପାଏନା ?


ତୁମ ଚିହ୍ନ ଲୁଚେଇଛି

ଭଙ୍ଗା ହୃଦୟରେ,

ତଥାପି ପାଉଛି ଭଲ

ଗାଳି କଲା ପରେ ।

ମୋ ପ୍ରାଣର କୃଷ୍ଣଚୂଡା

ଶେଫାଳି ଗୋ ତୁମେ,

ଶିଳା-ତାଳ ପତ୍ରେ କାବ୍ୟ

ଲେଖେ ତୁମ ନାମେ ।

ତୁମେ ମୋ ବାଡିର ଆମ୍ବ

ପିଜୁଳି-ସଜନା •••

କିଏ କହେ ତମକୁ ମୁଁ ଭଲପାଏନା ?


ଭାରତ ଭାରତୀ ତୁମେ

ରାଜ୍ୟ ରାଜଜେମା,

ଊଣା ହୋଇବ ତୁମକୁ

ସମସ୍ତ ଉପମା ।

ପୁନର୍ବଷୁ କର୍କଟ ଗୋ

ତୁମ ରାଶିଫଳ,

ତୁମ ପରି ନାରୀ ପରା

ମର୍ତ୍ତ୍ଯରେ ବିରଳ ।

ସାହିତ୍ୟ ସୃଷ୍ଟିରେ ତୁମେ

ଅମ୍ଳାନ ବର୍ଣ୍ଣନା •••

କିଏ କହେ ତମକୁ ମୁଁ ଭଲପାଏନା ?


କବି କୁଟୀର

ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)

ଦଣ୍ଡାସିଂହା,ବାରକୋଟ

ଦେବଗଡ (ଓଡିଶା)

ମୋ-09668242720


Rate this content
Log in