Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarada Parida

Comedy Inspirational

3  

Sarada Parida

Comedy Inspirational

ଅଳିଆ ଗଦାେର ସାବିତ୍ରୀ

ଅଳିଆ ଗଦାେର ସାବିତ୍ରୀ

1 min
6.6K


ସକାଳ ର କୂଢ କୂଢ ଆବର୍ଜନାରୁ
ଜୀବନ ର ରାହା ଖୋଜୁଛ ସାବିତ୍ରୀ
ମାତାଲ ସତ୍ୟବାନ ନିରୁଦ୍ଦିଷ୍ଟ
ତିନି ଦିନ ଆଗରୁ
ହୁଏତ ସେ ପୋଡା ମୁହିଁ
ପାଖରେ ଥିବ ।
ଯେଉଁଠ ଥାଉ ବଞ୍ଚିଥାଉ
କିଏ ଜାଣେ
ମାତାଲଙ୍କ ଆୟୁଷର ଠିକଣା
ଆଉ କେତେ ଦିନ
ଶଙ୍ଖା ସିନ୍ଦୂର ପିନ୍ଧିବାର ଭାଗ୍ୟ
ତା ପାଖରେ ଥିବ ।
ଏଣେ ଝୁଣି ଦେଉଛି
ପେଟ ଚାଖଣ୍ଡକ ;
ଭୋକିଲା ପେଟରେ ,
ଛୁଆ ବୁଝନ୍ତିନି
ଏ ବ୍ରତ ଫ୍ରତ କଥା
ତାଙ୍କ ତୁଣ୍ଡେ
କଣ ମୁଠେ ଦବା ପାଇଁ ହେବ
ଏ ସହରର
କୂଢ କୂଢ ଆବର୍ଜନାରୁ
ତାକୁ ଜୀବନକୁ ଖୋଜିବାକୁ ହବ ।
ଶାରଦା ପ୍ରସାଦ ପରିଡା
ଅଧ୍ୟାପକ, ମେକାନିକାଲ ଇଂଜିନିୟରିଂ,
କୋଣାର୍କ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ,
ଜଟଣୀ , ଖୋର୍ଦ୍ଧା


Rate this content
Log in

Similar oriya poem from Comedy