Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୧୬୬

ଜୀବନ ଗୀତା- ୧୬୬

1 min
6.5K


ଜୀବନ ଗୀତା- ୧୬୬ 

ଜୀବନର ଅନୁଭୂତି
କାହାର କେମିତି
ଜୀବନକୁ ଭୋଗୁଥାଏ
ଯିଏ ତ ଯେମିତି ॥୦॥

ଜୀବନଠୁଁ ବଳି ବଡ ପ୍ରହେଳିକା
ଦୁନିଆରେ କିଛିନାହିଁ
ଜୀବନ ଜିଜ୍ଞାସା ବଢିବଢି ଯାଏ
ତଥାପି ହୁଏନା ଛୁଇଁ
ସ୍ପନ୍ଦନକୁ ତାର କିନ୍ତୁ
ସଭିଏଁ ଶୁଣନ୍ତି ॥୧॥

ସହଜ ସରଳ ନୁହେଁ ଗତିପଥ
ଖାଲଖମା କଣ୍ଟାଭରା
ଅସତର୍କ ହୋଇ ପାଦ ଥାପିଦେଲେ
ପଡିବା ନିଶ୍ଚିତ ପରା
ଜୀବନରେ କେତେ ତେଣୁ
ଖାଲରେ ପଡନ୍ତି ॥୨॥


Rate this content
Log in