କବିତା,କବି ଓ କାବ୍ୟନାୟିକର ରୂପ ।
କବିତା,କବି ଓ କାବ୍ୟନାୟିକର ରୂପ ।
-
କବିତା,କବି ଓ କାବ୍ୟନାୟିକର ରୂପ ।
କବିତା ଟିଏ କବି ର ମାନସ କନ୍ୟା ଆଉ କଳ୍ପନା । କବିଙ୍କ ଭାଷା ମାଧୁର୍ଯ୍ୟ ଏବଂ ସାହିତ୍ୟ ତାରି ଦୁଇଟି କଳେବର । କବି ଯାହା ପାଇ ନ ଥାଏ ,ଯାହା ଦେବାକୁ ଚାହେଁ , ଯାହା ଦେଖେ ତାରି ଅନୁଭୂତି କୁ ବାଣ୍ଟି ଥାଏ ତା କବିତା ମାଧ୍ୟମ ରେ ପାଠକଙ୍କୁ କିଛି ସକାରାତ୍ମକ ଓ ନକରାତ୍ମକ ଚରିତ୍ର , ବହୁଳ ଭାବେ ପ୍ରଚଳିତ ଛନ୍ଦ, କଳ୍ପିତ ଚରିତ ତଥା ଇଂରାଜୀ ଭାଷାରେ କହୁ ଯାହାକୁ idioms phrases and illusions । କବିତାକୁ ଆକର୍ଷଣୀୟ କରିବାକୁ ଏହା ଏକାନ୍ତ ଜରୁରୀ ନ ହେଲେ କବି ହରାଇ ବସେ ତା ପରିଚୟ ।ସେଥିପାଇଁ କବି ଜଣେ ନିତାନ୍ତ ସୁନ୍ଦର ହେବା ଅବା କୌଣସି ନିଧିଷ୍ଠ ଜାତି କିମ୍ବା ଧର୍ମର ହେବା ଦରକାର ନାହିଁ । କବିତା ଟି କବି ର ମନନ ,ଚିନ୍ତନ, ପଠନ ,ବ୍ୟକ୍ତିତ୍ୱ ଓ ତାରି ଦୃଷ୍ଟିକୋଣର ପ୍ରତିବିମ୍ବ ଅଟେ । ଯେତେବେଳ ନାରୀଚରିତ୍ର ସ୍ଥାନ ପାଏ କବିତା ମାଧ୍ୟମ ରେ ସେ ଯେ ପୁରଷର ସବୁବେଳେ କଳ୍ପନାତିତ ସୌନ୍ଦର୍ଯ୍ୟତାର ଅଧିଶ୍ଵରୀ । ସେଥିରେ ତା ବର୍ଣ୍ଣ କଳା ନ ଥାଏ କି ଗୋରା ନ ଥାଏ।ଖାଲି କବିଙ୍କ ମାନସ କନ୍ୟା ହୋଇ ରହିଥାଏ । ବରାହ ମିହିର କହନ୍ତି : ଯାହା ନ କରି ପାରେ ଜଣେ ରାଜ ତାହା କରିପାରେ ଜଣେ କବି । କବି ଜୟଦେବ, ଭୀମ ଭୋଇ, ସଲାବେଗ, ତେଲୁଗୁ କବି ଅନାମୟଆ, ବୌଦ୍ଧ କବି ଚିଓ, ତାଙ୍କ କବିତା ଏବଂ ସଂଗୀତ ମାଧ୍ୟମରେ ଦୈବୀ ଶକ୍ତି କୁ ବି ଆୟତ୍ତ କରି ପାରୁଥିଲେ । ପ୍ରକୃତି କୁ ନିୟନ୍ତ୍ରଣ କରି ବର୍ଷା ବି କରି ପାରୁଥିଲେ। ଭଗବାନ କୃଷ୍ଣ ବି ବସନ୍ତ ରାସ ସମୟ ରେ ନିଜ କାୟାକୁ ସବୁ ଗୋପିଙ୍କ ପାଖରେ ପହଞ୍ଚି ରାସ କ୍ରୀଡା ବି କରୁ ଥିଲେ। ମେଘ କୁ ଆଧାର କରି ପ୍ରେମିକ ତା ପ୍ରେମୀକା କୁ ପଠାଇ ପାରୁଥିଲା ବାର୍ତ୍ତା ଅବା ସନ୍ଦେଶ । ଏହାର ଆଧାର ଥିଲା ମନ,ଚିନ୍ତା ଏବଂ ଜ୍ଞାନ । ପରିଶେଷରେ କହିବା ତାତ୍ପର୍ଯ୍ୟ ହେଲା କବିତା କବି ଙ୍କ ମାନସ କନ୍ୟା ଆଉ ସର୍ବଦା ଅତିଲୋକ ସୁନ୍ଦରୀ ଉର୍ବଶୀ ସେ ନୃତ୍ୟ ପ୍ରବିଣା, ସଙ୍ଗୀତର ମୂର୍ଚ୍ଛନା, ଶିଳ୍ପୀ ର କଳା , ଚିତ୍ରକାରର କଳ୍ପନା , ଚିତ୍ରଉତ୍ତଲୋକର ବିଜ୍ଞାନକୌଶଳ ଆଉ ଯାହା ପାଖରେ ଏ ସବୁ ଗୁଣ ରହିଥାଏ ସେ ଅଟେ ଜଣେ କବି । ଆଉ ସେ ସର୍ବଦା ପୂଜ୍ୟ ,ଅମର, ଅଜେୟ, ବ୍ୟାସ ସ୍ଥାନର ଅଧିକାରୀ ।
ରାମ ବିଶୋଇ , (କାଶ୍ୟପ) ଶ୍ରେଣୀ -ଶିଶୁ ବାଟୀକା , ରାୟଗଡ଼ା ସାହିତ୍ୟ ପରିବାର , ତା-୦୧-୦୭-୧୬ -ଦିବା-୩-୩୨, ରାୟଗଡ଼ା । @ କାଶ୍ୟପ