Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୧୦୦

ଜୀବନ ଗୀତା- ୧୦୦

1 min
6.6K


ଜୀବନ ଗୀତା- ୧୦୦

ଆର୍ଯ୍ୟ ଦାସର ଜୀବନ ନଉକା
ସହିଥିଲା ଯେତେ ଧକ୍କା
ଜୀବନ ପଥେ ଚାଲୁଚାଲୁ ପୁଣି
ଖାଇଥିଲା କେତେ ଧୋକା ॥୦॥

ଜୀବନେ ତାହାର ଯେତିକି କୁହୁ
ସେତିକି ବି ଥିଲା ଉହୁ
ଗୀତ ଗାଇ ମନ ମୋହିଲା ସିନା
ଝରିଗଲା ଲୁହଲହୁ
ସାତ ସୂରରେ ବନ୍ଧା ତା' ଜୀବନ
ନାଆଁଟି ତାହାର ଖୋକା ॥୧॥

କଳଙ୍କିତ ଏକ ନାୟକ ଆଖ୍ୟା
ନେଇଥିଲା ଜାଣିଜାଣି
ଅକଳଙ୍କ ତାର ଜୀବନ ଗାଥା
ସଙ୍ଗୀତ ମଉଡମଣି
ଅସମୟରେ ବିଦାୟ ସଭିଙ୍କ
ମନ କରିଦେଲା ଫିକା ॥୨॥

ଆଜିବି ଗୀତରୁ ଝରଇ ମହୁ
ଯେତେବି ପୁରୁଣା ହଉ
ଅକ୍ଷୟ ସିଏ କ୍ଷୟ ନାହିଁ ତାର
ଜୀବିତ ଥାଉ ନଥାଉ
କାଳର ବକ୍ଷରେ ବଜାଇ ଚାଲିବ
ସଙ୍ଗୀତ ବିଜୟ ଡଙ୍କା ॥୨॥


Rate this content
Log in