ଆନମନା
ଆନମନା
1 min
1.5K
ମନରେ ସାଇତି ଅକୁହା ବେଦନା
ସ୍ୱପ୍ନରେ ତୋଳୁଛି ଘର
ସଉତୁୁଣୀ ସାଜି ଲୁହର ଶ୍ରାବଣ
ଭାଙ୍ଗି କରେ ଚୁର୍ମାର୍ ।
ଦୁଇ ଓଠ ମୋର ପିିିଇଯାଏ ଲୁହ
ଅଲିିଅଳ ନିରିମାଖୀ
ସଞ୍ଜୁଆ ବାଆରେ ଟଳମଳ ହୁଏ
ସତେ ମୋର ଦୁଇ ଆଖି ।
ସଂସାର ନଈରେ ଉଜାଣି ଢେଉରେ
ସୁଅ ମୁହେଁ କୁଟାଖିଅ
ତୁମରି କରୁଣା ହୋଇଗଲେ ଉଣା
ଆନମନା କରେ କୋହ ।