Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
6.6K


ବୈଶାଖ ଶୁ୍କଳ ତୃତୀୟ ଦିବସେ ଅକ୍ଷୟ ତୃତୀୟା ଆସି

ଅକ୍ଷୟ ହେବ ବୀଜ ଏ ଆଶାରେ ଅକ୍ଷି ମୁଠି ବୁଣେ ଚାଷୀ ।

ଶ୍ରୀଗୁଣ୍ଡିଚା ଶ୍ରୀ ପଞ୍ଚମୀ ପରି ଏହି ଦିନର ମହତ ଭାରି

ପାଂଜିର ମୁହୁର୍ତ୍ତ ଲୋଡା ହୁଏନାହିଁ ଶୁଭ କାର୍ଯ୍ୟ ଯେତେ କରି ।

ଜଗନ୍ନାଥଂକର ରଥ ନିର୍ମାଣର ଅନୁକୁଳ ଏହି ଦିନ

ବିଶ୍ୱକର୍ମା ମାଥେ ଶିରପା ବାନ୍ଧିବେ ଗଜପତି ରାଜା ଜାଣ ।

ଅଳଙ୍କାର ବେପାରିଏ ମଉକାରେ ଚଉକା ଛକାଟି ମାରି

କହେ ସୁନା ହୀରା ଘରକୁ ଆଣିଲେ ଧନରତ୍ନ ଯିବ ଭରି ।

ବିନିଯୋଗ ପାଇଁ ଅନୁକୁଳ ସିନା ଘରେ ରଖିଲେକି ବଢେ

ଗୋଦରା ଗୋଡରେ ଚାଷ କରୁଥିଲେ ଯେତେ କୋଡେ ସେତେ ମାଡେ ।

ଅକ୍ଷୟ ତୃତୀୟା ପବିତ୍ର ଦିନରେ ମିଳୁ ଏହି ବରାଭୟ

ଅକ୍ଷୟ ହେଉ ପୁଣ୍ୟ ଜଗତେ ଧରମର ହେଉ ଜୟ ।


Rate this content
Log in