Audio

Forum

Read

Contests

Language


Write

Sign in
Wohoo!,
Dear user,
ଏଇକି ! ସେ ତୁମ ପ୍ରେମ
ଏଇକି ! ସେ ତୁମ ପ୍ରେମ
★★★★★

© Tapan Dixit

Romance Abstract Others

1 Minutes   1.2K    8


Content Ranking

ଅଳସ ତନ୍ଦ୍ରାରେ ସପନ ଦେଖିଛି 

ତୁମକୁ ମୁଁ କେତେ ଥର

ଜହ୍ନମାମୁଁ ଦେହେ ଆଙ୍କିବସିଛି 

ମୁହଁ ତୁମ ଥର ଥର ,

ବାରମ୍ବାର ପ୍ରିୟା ଦାହ ହୋଇଅଛି 

ଜ୍ୟୋତ୍ସ୍ନା ଜୁଆରେ ଭିଜି

ଅଗଣିତ ରାତି ସ୍ଵପ୍ଣ ହରାଇ 

ତୁମକୁ ବସିଛି ଖୋଜି ।

ଯେତେଥର ମୋର ମାନସପଟ୍ଟରେ 

ଭରିଛି ବିରହ ରଙ୍ଗ 

ସେତେଥର ମୋତେ ଅମା ଅନ୍ଧାରେ 

ହୃଦୟ କରିଛି ବ୍ୟଙ୍ଗ ।

(ଆଜି) ମନ ଅରଣ୍ୟେ ନିଃଶବ୍ଦ କାକଳୀ 

ନିଃସଙ୍ଗେ ବିତେ ଯାମ

କହୁଥିଲ ଯେବେ ମୁଁ ଏକା ତୁମର

ଏଇକି ! ସେ ତୁମ ପ୍ରେମ ?

ତପନ ଦୀକ୍ଷିତ(ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ

ଅଳସ ତନ୍ଦ୍ରା ସପନ ପ୍ରେମ

Rate the content


Originality
Flow
Language
Cover design

Comments

Post


Some text some message..