Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Romance

2  

Prasanta kumar Hota

Romance

ତୁମେ ମୋ ପ୍ରେୟସୀ

ତୁମେ ମୋ ପ୍ରେୟସୀ

1 min
305


ତୁମେ ମୋ ପ୍ରେୟସୀ ମନର ମାନସୀ

ମନ ମୋର ନିତି ଘାରେ

କହିବି ବୋଲି ମୁଁ କହିପାରେ ନାହିଁ

ନିତି ବସି ଖାଲି ଝୁରେ


କାମନାରେ ପ୍ରେମ ହେଉଛି କି ବାମ

ମନେ ଆସେ ଅଭିଯୋଗ

କହିବି କିପରି ମୋ ପ୍ରେମ ମୋଠାରେ

ନାହିଁ ବୋଲି ଅନୁରାଗ


କେତେ ଅନୁନୟ ହୁଏ ମୋ ପ୍ରଣୟ

ମନ କଥା ମୋର ଜାଣି

ହୃଦୟର ବେଗ ହୁଏ ଖର ଖର

ଚାହାଣୀ ରେ ଯାଏ ଟାଣି


ପ୍ରତି ଚାହାଣୀ ରେ ପ୍ରୀତି ପୁଷ୍ପ ବାସେ

ମନ ହୋଇଯାଏ କିଣି

ତୁମ ଇସାରାକୁ ଅପେକ୍ଷା କରିଛି

ହୃଦୟକୁ ନେବି ଜିଣି


ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya poem from Romance