ପ୍ରେମଯୋଗୀ
ପ୍ରେମଯୋଗୀ
1 min
6.6K
ପ୍ରେମଯୋଗୀ
ମାନସ ରଂଜନ ପଣ୍ଡା
ତୁମ କବରୀର କୋମଳ କିମିଆଁ
କଲା ମୋତେ କଳଂକିତ,
ତୁମ ଚାହାଣୀର ଚହଲା ନଜରେ
ଚୋରି ହେଲା ମୋର ଚିତ୍ତ ।
ପ୍ରେମର ରାଗିଣୀ ଗାଇଲି କେବଳ
ହାତରେ ଖଞଣୀ ଧରି,
ଖରା କି କାକର ସେଇ ଗୋଟେ ସୁର
ଓଠ ଧାରେ ଯାଏ ଝରି,
ବେଦରଦୀ ଏଇ ଦୁନିଆ ଦାଂଡରେ
ପ୍ରେମଯୋଗୀ ଟିଏ ମୁଁ ତ ॥
ଭୁଲି ମୁଁ ଯାଇଛି ନିଜ ରୂପ ଭେକ
ନିଆରା ଜୀବନ ମୋର,
ଶୟନେ ସ୍ୱପନେ ଅବା ଜାଗରଣେ
ଶୁଭେ ତୁମ ମିଠା ସୁର ।
ଅଳପ ଆୟୁଷ ସରୁଛି ବୟସ
ପ୍ରେମ ଟିକେ ଦିଅ ମିତ ॥