Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

LAXMAN KUMAR BEHERA (ଯତି)

Romance

3  

LAXMAN KUMAR BEHERA (ଯତି)

Romance

ସୁଧାମୟୀ (ଦ୍ବିତୀୟ ଭାଗ)

ସୁଧାମୟୀ (ଦ୍ବିତୀୟ ଭାଗ)

1 min
6.8K


🍇🍎🍒
ସୁଧାମୟୀ (ଦ୍ବିତୀୟ ଭାଗ)

ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)

××××
××××
ଦୂରେ ଏତେ ଦୂରେ
ଅଛ ଯେ' ସଜନୀ
ତୁମ କଥା ମନ ଗୁଞ୍ଜରେ,
ଶାନ୍ତି ଟିକେ ପାଇଁ
ତୁମକୁ ଖୋଜଇ
ନିରବେ ପ୍ରତିଟି ସଞ୍ଜରେ ।
କେମିତି କହିବି କୁହତ ?
ତୁମ ସ୍ମୃତି କଥା
ମନେ ଅପାଶୋରା,
ଆଖିରୁ ଝରଇ
ଲୋତକର ଧାରା ।
କର ବୋଲି ସ୍ନେହୁ ବଞ୍ଚିତ ।

ଚାରମାଳ ଗାଆଁ
ବଡ ନୂଆପଡା
ଦୁଇ ଗାଁ ମଝିରେ ଅରଣ୍ଯ,
ତିନି କ୍ରୋଶ ହେବ
ସେ ସଡକ ପଥ
ଗମନାଗମନ କଠିନ ।
ଦୁଃଖ କଥା ମୋତେ କହେ ସେ,
ଶିକ୍ଷୟିତ୍ରୀ ମୋର
ସାଥୀ ସହଚରୀ,
ଶିକ୍ଷା ସହାୟୀକା
ପ୍ରଥମ ଚାକିରି ।
ଅଳପ ବେତନ ପାଏ ସେ ।

ଏଟିଏମ୍ - ଥାନା
ଡାକତର ଖାନା
ପୋଅଷ୍ଟ ଅଫିସ୍ ସକଳ,
ଦୋକାନ ବଜାର
ଭିନ୍ନ ଭିନ୍ନ ଦ୍ରବ୍ୟ
ମିଳିଥାଏ ସଂଜ - ସକାଳ ।
ତେଲ ଟାଙ୍କି ଶୂନ୍ଯ ଦିଶଇ,
ପେଟ୍ରୋଲ୍ - ଡିଜେଲ୍
ଖୁଚୁରାରେ ମିଳେ,
ତେଲ ପଚାରିଲେ
ନ ପାଅ ଅଞ୍ଚଳେ ।
ଉତ୍ତରରେ କାନ ଶୁଣଇ ।

( ବି•ଦ୍ର• ଚାରମାଳ ଓ ବଡ ନୂଆପଡା, ବ୍ଳକ୍- ରେଢାଖୋଲ, ଜିଲ୍ଲା- ସମ୍ବଲପୁର )

×××
×××

କବି କୁଟୀର
ଦଣ୍ଡାସିଂହା, ବାରକୋଟ
ଦେବଗଡ (ଓଡିଶା)
ମୋ-09668242720


Rate this content
Log in