Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

AJAYAPRAKASH SAHU

Others

2  

AJAYAPRAKASH SAHU

Others

ବିରହ ଯନ୍ତ୍ରଣା

ବିରହ ଯନ୍ତ୍ରଣା

1 min
1.3K


ପ୍ରେମେ ହାରି ଛଟପଟ

 ବିରହ ପ୍ରେମିକ 

ତୁମେ ଗଲାଠାରୁ ତିଳେ 

 ନାହିଁ ମୋତେ ଭୋକ ।

ଭୁଲିଗଲି ଖିଆପିଆ 

 ହଜି ଅଛି ନିଦ 

ଜୀବନ ଯାତ୍ରାରେ ମୋର 

 ବଡ ବିଶ୍ବଯୁଦ୍ଧ ।

ନିସ୍ତବ୍ଧ ରାତ୍ରିରେ ନିଜେ 

 ଝରକା ଖୋଲୁଛି 

ତୁମ କଥା ଭାବି ଭାବି 

 ଲୁହ ଗଡାଉଛି ।

ଭୁଲି ଯାଅ କହିବାଟା 

 ଅଟଇ ସହଜ 

ଭୁଲି କି ପାରିବ ସେହି ?

 ଉଦିତ ସୂରୁଯ ।

ଦୀର୍ଘ ଦିନ ସଂପର୍କରେ 

 ପକାଇଲ ଛିଟା 

ତୁମକୁ ଉଠାଇ ନେଲା 

 ବାଳୁଙ୍ଗା ଟୋକାଟା ।

କିଏ ଭୁଲ କିଏ ଭଲ ?

 ନିର୍ଣ୍ଣୟ ଯେ କଷ୍ଟ 

ମରିଚିକା ପଛେ ଧାଇଁ 

 ଆଜି ଛଟପଟ ।

ଯେଉଁଠାରେ ରୁହ ପ୍ରିୟା 

 ବିତୁ ସୁଖେ ଦିନ 

କାନ୍ଦି ପଛେ ଥକିଯାଉ 

 ମୋ ବେନି ନୟନ ।


Rate this content
Log in