ଜୀବନ ଗୀତା-୧୨୪
ଜୀବନ ଗୀତା-୧୨୪
1 min
12.8K
ଜୀବନ ଗୀତା-୧୨୪
ଜୀବନରେ ଯିଏ ଧନଠୁଁ ଅଧିକ
ଜ୍ଞାନକୁ ମହତ୍ତ୍ୱ ଦିଏ
ଜ୍ଞାନ ଅର୍ଜନରେ ଜୀବନ ଜିଜ୍ଞାସା
ବଢିବଢି ଯାଉଥାଏ ॥୦॥
ଜ୍ଞାନ ଲାଭ କଲେ ଧନ ବଳେବଳେ
ତା'ର ପାଶେ ଠୁଳ ହୁଏ
ଅଜ୍ଞାନ ପାଖରେ ଧନ ଯେତେ ହେଲେ
ଅପବ୍ୟୟେ ନଷ୍ଟ ଯାଏ
ଜୀବନଦର୍ଶନ ଜ୍ଞାନୀଠୁଁ ଅଧିକ
କିଏ ଅବା ବୁଝିଥାଏ ॥୧॥
ଆତ୍ମପ୍ରତ୍ୟୟରେ ଝଲମଲ କରେ
ଜ୍ଞାନୀଗୁଣୀ ଲୋକ ଯିଏ
ଅଜ୍ଞାନ ଗର୍ବରେ ଚାଲୁଥିଲାବେଳେ
ତାକୁ ବା ପଚାରେ କିଏ
ଜ୍ଞାନୀଗୁଣୀ ଲୋକ ଦେଶ କି ବିଦେଶ
ସବୁଠାରେ ପୂଜାପାଏ ॥୨॥