ଜୟ ଜଗନ୍ନାଥ *********
ଜୟ ଜଗନ୍ନାଥ *********
ଧର୍ମ ଏକା ସିନା ମହତ ପଣିଆ ,
ଆଉ ସବୁ କଥା ଅଢେଈ ଦିନିଆଁ ।।
ଦିନେ ଆସିଅଛୁ ଦିନେ ତୁ ଯିବୁ ,
ଗଲା ବେଳେ ସାଥେ କଅଣ ନେବୁ ।।
ଏକା ଜଗନ୍ମାଥ ନାମ ଟି ସାର ,
ଆଉ ସବୁ କଥା ତୁଛା ମିଛର।।
ସତ୍ୟ ଜଗନ୍ମାଥ, ମିଛ ସଂସାର ,
ଲୋଭ ମୋହ ମାୟା ଭରା ଜୀବନ ତୋର ।।
ଘଟୁଚି ଘଟିଚି ଘଟିବ ଯାହା ,
ସବୁ ଜଗନ୍ମାଥଙ୍କର ଏ ମାୟା ।।
ମୁଁ ମୁଁ ମୋର ମୋର କହି କରୁ ଆଦର ,
ଘଟରୁ ପ୍ରାଣ ଛାଡିଲେ ସବୁ ହେବ ନାରଖାର ।।
କେତେ ଦିନ ପାଇଁକି ମନ ବାନ୍ଧିଛୁ ଆଣ୍ଟ ,
କି ଘେନି ଯିବୁ ଧନ ପୁରିଲେ ଆୟୁଷ ।।
ଯାହା ଅର୍ଜନ କରିଛୁ ଏହି ମହୀରେ ,
ଛାଡି ଯିବୁତୁ ସର୍ବ ଏହି ଧରାରେ ।।
ଆସିଛୁ ନିବସ୍ତ୍ର୍ର ହୋଇ ଜିବୁ ତୁ ସେମିତି ,
ଯାହା ଅର୍ଜିଥିବୁ ପୂଣ୍ୟ ସାଥୀ ଦେବ ଯେ ସ୍ୱର୍ଗେଟି ।।
କାହାକୁ କେବେଟି ମନେ ନ କରିବୁ ହେୟ ,
ଛୋଟ ପିମ୍ପୁଡି କାମୁଡିଲେ କଷ୍ଟ ଦିଅଇ ଶରୀର ।।
ଛୋଟ ବଡ ନ ଭାବିକି ସତ୍ୟ ପଥେ ଚାଲ ,
ସତ୍ୟର ସମ କେହି ନୁହଁନ୍ତି ସମତୁଲ ।।
ସତ୍ୟ ଶାନ୍ତି ଦୟା କ୍ଷମା ଭାବ ଯେ ଆଦର ,
ସତ୍ୟ ସାଥେ ସଦା ଥାନ୍ତି ଜଗତ ଠାକୁର ।।
ସୁସିଲ୍ ପାଣି (ସିଲୁ)