Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajalaxmi Tripathy

Others

2  

Rajalaxmi Tripathy

Others

ଶିଳାଲେଖ

ଶିଳାଲେଖ

1 min
6.9K


 ତୋ ଚାରିପଟ ନିରବତା

ଘୋଡାଇ ଦେଇଛି ସବୁ

ଶବ୍ଦ ମାନଙ୍କର ଦେହକୁ।

ତୁ ନିର୍ଜୀବ, ନିଶ୍ଚିହ୍ନ

ହୋଇ ଯିବା ପୂର୍ବରୁ

କହି ଚାଲିଛୁ ତୋ ଅନ୍ତର ଗହ୍ଵରରେ

ଲୁଚିଥିବା କେତେ କଥା।

କିଏ ସେହି ସୁନିପୁଣ ଚିତ୍ରକର!

ହେଉ ବା ନରେଶ ଅବା ପ୍ରଜାଟିଏ

ପୁଲକର କୁଂଜ ବନେ

ଆଙ୍କିଥିଲା ସିଦ୍ଧ ଚିତ୍ର ଟିଏ

କରିଥିଲା ଅନ୍ତଃ-ବିଶ୍ଲେଷଣ

ଅନାବୃତ ଅଗଣିତ ତାରାପୁଞ୍ଜଙ୍କର।

ସିଏ କଣ ଜାଣିଥିଲା,

ଉଦ୍ଭାସିତ ହେବେ

ସେହି ତାରାମାନେ କେବେ

କାହା ଚିନ୍ତାର ଇସାରାରେ

ଖିଆଲରେ ବାନ୍ଧି ଦେବେ

ହୃଦୟ-ଆବେଗ,

ମୁକ୍ତ କରିନେବେ ନିଜକୁ

ଦ୍ୟୁତକ୍ରୀଡ଼କ ସମୟ ପାଖରୁ,

ସେମାନଙ୍କ ମୁଦ୍ରିତ ନୟନର

ଘୁମନ୍ତ ଠାଣିରେ।


Rate this content
Log in