Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

ଅପଶବ୍ଦ ଅପବାଦ

ଅପଶବ୍ଦ ଅପବାଦ

1 min
300



ବହୁ ଜଣା ଅଜଣାଙ୍କ ଠାରୁ ଶୁଣିବାକୁ ପଡ଼ିବ କର୍ଣ୍ଣକଠୋର କର୍କଶ ଅପବାଦ,

ସମସ୍ତଙ୍କ ଅନୁଚିତ ଅନାବଶ୍ୟକ ଅପଶବ୍ଦ ସହ କରି ହେବନି ବ୍ୟର୍ଥ ପ୍ରତିବାଦ,

ମଦାନ୍ଧ ମଦଚିତ୍ତ ହୋଇ ସୃଷ୍ଟି କରନ୍ତି ଅପ୍ରୟୋଜନୀୟ ଅପ୍ରୀତିକର ଉନ୍ମାଦ ,

ଶେଷ କୁ ଛାଡ଼ି ଯାଆନ୍ତି ଅପରିବର୍ତ୍ତନୀୟ ଅରୁଚିକର ବିଷାକ୍ତ ବିଷମ ବିଷାଦ |୧|


କେତେ ଯେ ଲୋକ କହିବେ କେତେ ଯେ ପାପିଷ୍ଠ ଅପଶବ୍ଦ,

ଯାହା ଠାରୁ ଆରମ୍ଭ ହୁଏ କଳୁଷିତ ଅଦରକାରୀ ବାଦ-ବିବାଦ,

ଘନିଷ୍ଠ ବନ୍ଧୁତା ରେ ଆସିଯାଏ ଅନିୟମିତ ଅନ୍ତର ଆପଦ ବିପଦ,

ଅପଶବ୍ଦ ଅପବାଦ କହି କିଛି ବ୍ୟକ୍ତି ପାଆନ୍ତି ଅନୈତିକ ଆନନ୍ଦ |୨|


Rate this content
Log in