ସାରଥୀ
ସାରଥୀ
ମୁହୂର୍ତ୍ତ ପରେ ମୁହୂର୍ତ୍ତ ବିତେ ପ୍ରତୀକ୍ଷାରେ
ଯୁଦ୍ଧର ଦୁନ୍ଦୁଭି ବାଜି ଉଠେ କାହା ଵିପକ୍ଷରେ?
ସମର କ୍ଷେତ୍ରରେ ଏକେଲା ସଂଗ୍ରାମ ;
ସାରଥୀ ବିହୀନ ରଥ,
ମାଡିଚାଲେ ଆଗକୁ ଆଗକୁ ବିନା ପ୍ରତ୍ୟାଶାରେ l
ସେତ ସୈନ୍ୟ -ଅନେକ ଆଶାୟୀ ପ୍ରାଣର ହୁଙ୍କାର ଦିଏ,
ଚୁରମାର କରେ ଶତ୍ରୁର ଆସର l
ତା' ଆଖିର ବନ୍ଦ ପତା ତଳେ
ସୋରିଷ କ୍ଷେତର ଉଛୁଳା ଜୀବନ l
ସୀମିତ ପୃଥ୍ୱୀର ପଟ୍ଟ ଚିତ୍ରରେ,
ଲହଡି ମାରେ ହାଲକା ଆକାଶ l
କୋମଳ ଘାସ ଗାଲିଚାରେ କାହାର ପାଉଁଜି ଶବ୍ଦ?
ଅନ୍ତରୀକ୍ଷ ଚିରି ଝରିଆସେ ଚୁନା ଚୁନା ତାରା ଫୁଲ,
ସେ ଶୋଇପଡେ ସ୍ୱପ୍ନର ଶାନ୍ତ କୋଳରେ l
ସକାଳ ଆଲୁଅ ଯେବେ ତାକୁ ଛୁଇଁଯାଏ,
ସ୍ଵପ୍ଣହେଜି ଲମ୍ଫ ଦିଏ ସେ ,
ଝୁଂକିପଡେ ନିଜକୁ ଆଡେଇ ଗୋଟାଇ ଦେବାପାଇଁ ଅନ୍ୟର ସମୟ l
ମଝି ଦରିଆର ନଉକା ପରି,
ସେ ଭାସିଯାଏ ଲଙ୍ଘିବାକୁ ଅମାପ ସାଗର l ..
ସ୍ଥିର, ଢେଉ ମୁକ୍ତ ସୌର୍ଯ୍ୟ ଉପୁଜାଏ
ଶତ୍ରୁର ଅସ୍ତି, ପଂଜାରେ କମ୍ପନ l
ଅକୁହା ବେଦନା ଯେତେ,
ଏକାକାର ହୁଏ ସବୁ ମସ୍ତିସ୍କ ପୂର୍ଜlରେ l
ଶକ୍ତି ହୋଇ ବହିଯାଏ ଦେଶଭକ୍ତି ର ସ୍ରୋତରେ l
କ୍ଲାନ୍ତ କେବେ ଯଦି ହୁଏ ତା ତନୁ ଅବା ମନ,
କର୍ତ୍ତବ୍ୟର ଇସାରାରେ ଘୁଷୁରି ଯାଏ କିଛି ବାଟ,
ଦାୟିତ୍ୱର ଲାଠି ସାହାରlରେ l
ନିଜେ ନିଜର ସାରଥୀ ସାଜି,
ନିଏ ଅସୀମ ବଜ୍ର ଶପଥ ମାଟି ପାଇଁ ଭୁଲିଯିବାକୁ ନିଜକୁ ଚିରଦିନ l
ଲେଖା - ତୃପ୍ତି ସାହୁ, କନିକା ରୋଡ, କଟକ