Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bauribandhu Lenka

Romance

4.9  

Bauribandhu Lenka

Romance

ରହିଗଲି ସାଥୀ ହୋଇ

ରହିଗଲି ସାଥୀ ହୋଇ

1 min
7.1K


ଅଜାଣତେ ତୁମ ଜୀବନ ବୂୃତ୍ତକୁ

ପଶି ଆସିଥିଲି ମୁହିଁ

ଫେରିବାକୁ ଚାହିଁ ଫେରି ପାରିଲିନି

ରହିଗଲି ସାଥୀ ହୋଇ॥


କହି ତ ନ ଥିଲ ମିଠା କଥା ତମେ

ମୋହିବାକୁ ମୋର ମନ

ଦେଖାଇ ନଥିଲ ଧନ ଦଉଲତ

ଅବା ତୁମ ବଡପଣ॥


ତୁମ ନିଷ୍କପଟ ସରଳ ବ୍ୟକ୍ତିତ୍ୱ

ଟାଣିନେଲା ମୋର ମନ

ବାଛିନେଲି ଜୀବନର ସାଥୀ ରୂପେ

ତୁମକ ମୁଁ ଚିରଦିନ॥

*******


Rate this content
Log in