ବାପା
ବାପା
ବାପା ଆମ ବରଗଛ
ଦିଅନ୍ତି ଆମକୁ ଛାଇ
ସେହି ମହା ଦ୍ରୁମ ତଳେ
ଚିନ୍ତା ଆମ ଯାଏ ଶୋଇ ।
ଆକାଶ ର ବୁକୁ ପରି
ବିଶାଳ ହୂଦ୍ସୟ ତାଙ୍କ
ସେହି ଛାତ ତଳେ ପିଲା
ଲଭୁ ଥାନ୍ତି କେତେ ସୁଖ ।
ବରଷ। ଓ ଖରାରେ ସେ
ଛତାପରି ରହିଥାନ୍ତି
ପିଲାଙ୍କର ସବୁ ଦୁଃଖ
ମୁଣ୍ଡେଇ ସେ ନେଇଥାନ୍ତି ।
ବାପା ହାତ ଧରି ପିଲା
ଚାଲେ ଆଗେ ଧୀରେ ଧୀରେ
ସବୁ ବୋଝ ଲଦି ଦିଏ
ବାପାଙ୍କର ମୁଣ୍ଡପରେ ।
ବାପା ଅଟନ୍ତି ଆମର
ସୁଖ ଦୁଃଖ ର ସାଥୀ
ଅନ୍ତର ରେ ସ୍ନେହ ରଖି
ଉପରେ ଗାଳି ଦିଅନ୍ତି ।
ପାଖରେ ନଥିଲେ ଧନ
କରନ୍ତି ଧ।ର କରଜ
ପିଲାଙ୍କୁ ପଠାନ୍ତି ପାଠ
ଗଢି ବାକୁ ଭଲ ମଣିଷ
ବାପା ଥିଲେ ପିଲା ସାଥେ
ଡର ନାହିଁ ଭୟ ନାହିଁ
ସବୁ ବିପଦକୁ ବାପା
ନେଇଥାନ୍ତି ମୁଣ୍ଡେଇ ।
ବାପା ପରି କିଏ ହେବ
ଅଉଏତେ ଧର୍ଯ୍ୟ ବ।ନ
ଘର ର ମୁରବୀ ସିଏ
ଘର ଚଳେ ତାଙ୍କ ଦାନ ।
କେତେ ଦୁଃଖ କଷ୍ଟ ସିଏ
ସହୁ ଥାନ୍ତି ଘର ପାଇଁ
ପିଲାଟିଏ ମଣିଷ ହେଲେ
ସବୁ ଦୁଃଖ ଯାଏ ବୋହି ।।
କେବେ କରିବାନି ଅ।ମେ
ବାପାଙ୍କୁ ଆମ ହତାଦର
ରଖିଥିବା ଭକ୍ତି ମନରେ
କରୁଥିବା ସନମାନ ଆଦର ।।
କିଏ ହେବ ବାପା ପରି
ଜଗତେଏମିତି ଶ୍ରେଷ୍ଠ
ଦେଖୁ ଥାନ୍ତି ସଦା ସ୍ଵପ୍ନ
ନିଜ ହାତେ ଗଢିବାକୁ
ପିଲାଙ୍କର ଭବିଷ୍ୟତ ।
ସେହି ବାପା ଙ୍କୁ ମୋର
କୋଟି କୋଟିମଥା ନତ
ପିଲା ମୁଣ୍ଡ ପରେ ଥାଏ
ବାପା ଙ୍କ ଆଶିଷ ହାତ ।।
==◆==
ଅମ୍ବିକା ସ୍ଵାଇଁ ଭୁବନେଶ୍ୱର
୯୭୭୭୫୯୯୬୯୫