Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୩

Classics

0.8  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ରୂପାଲୋ ରୂପା

ରୂପାଲୋ ରୂପା

1 min
6.8K


ଇଂ ଦାମୋଦର ପଣ୍ଡା


ରୁପାଲୋ ରୁପା ଝୁମୁରୁ ଝୁମ୍ପା

କାନ୍ଦୁଛୁ କିଆଁ କହ ?

କହିଲା ରୁପା ଜହ୍ନ ମାମୁଁକୁ

ଆଣି ମୋ ହାତେ ଦିଅ l

ଡାକିଲେ ବାପା ଜହ୍ନ ମାମୁଁକୁ

ଆ’ ଶରଗ ଶଶୀ,

ରୁପା ଆମର କରେ ଅଝଟ

ତା ହାତେ ପଡ଼ ଖସି l

ଚାହିଁଲା ରୁପା ହାତକୁ ତାର

ହାତରେ ନାହିଁ ମାମୁଁ

କାନ୍ଦିଲା ବେଶୀ, ରାଗରେ ବାପା

କଷିଲେ ଦୁମୁ ଦୁମୁ l

ରୁପାର କାନ୍ଦ ଶୁଣି ଜେଜେ ମା’

ଆସିଲେ ବେଗେ ଧାଇଁ

କାଖକୁ ନେଇ କହିଲେ ‘ଆ’

ଚାନ୍ଦକୁ ଦେବି ମୁହିଁ l

ଆଣିଲେ ପାଣି ଥାଳିରେ ଢାଳି

ରଖିଲେ ରୁପା ପାଶ,

ଥାଳିରେ ଦେଖି ଜହ୍ନ ମାମୁଁକୁ

ରୁପା ହେଲା ହରଷ l

କହିଲେ ମା’ଆ ପାଣିକୁ ଜମା

ଛୁଇଁବୁ ଯଦି ତୋ ଜହ୍ନମାମୁଁ

ଆକାଶେ ଯିବ ଉଡ଼ି l

ହସିଲା ରୁପା ଜହ୍ନମାମୁଁକୁ

ପାଖରେ ଦେଖି ତା’ର

ଅଝଟ ଆଉ କଲାନି ସିଏ

କାନ୍ଦ ହୋଇଲା ଦୂର l


Rate this content
Log in