ପୂଜା
ପୂଜା
ହେ ମୁଢ଼ ମାନବ ଶିଶୁ ଶୁଣ ମୋର ପଦେ କଥା,
ନିରଭର ଅନୁଭବେ ଭବୁଛି ମୁଁ ଯେଉଁ ଗାଥା ।
ଦୁଃଖ ଆସୁଛି ମମ ଦେଖି ତବ ଏ ଆଚରଣ
ଅନ୍ଧ ବିଶ୍ୱାସେ ଅନ୍ଧ ହୋଇଲ ଅନ୍ଧାରେ କଲ ଧ୍ୟାନ ।
ଚାହିଁ ଦେଖ, ଚାହିଁ ଦେଖ ଥରେ ଯୁଗକୁ ତୁମର ,
ଶିକ୍ଷିତ ହୋଇ ଶିକ୍ଷା ଦେଖାଅ, ଏ ତୁମ ବିଚାର ?
ନ ଯାଅ.. ନ ଯାଅ ହେ ତୁମେ ସେ ଅନ୍ଧକାର ଗୃହେ,
ସତ୍ୟ-ପ୍ରେମର ପ୍ରତୀକ ସେ କି ଅନ୍ଧକାରେ ରୁହେ ?
ପୁଷ୍ପ-ପୁଷ୍ପାଞ୍ଜଳି ଦେବାକୁ ଯେବେ ଲୋଢୁଛ ତୁମେ ,
ପୁଷ୍ପାଞ୍ଜଳି ଦିଅ ହେ ନିଜ ମନ୍ଦିରେ ନିଜେ ।
ନାନା ପରକାରେ ଭକତି ଅନ୍ତର ଦେଇ ପୂଜ ,
ସେ ଦିଅଁ ଆସିବାକୁ ପାଶେ ତବ ହୋଇବ ସଜ ।
ନ ଭଞ୍ଜଇ ସେ ତ ତୁମ ଦେବା ପୁଷ୍ପ ଫଳ ସବୁ ,
ଲୋଢ଼େ ସେ ଭକତି ଅନ୍ତର ଦେଉଛି ତାକୁ ହେ କେହୁ ।
ଭକତି ର ପୁଷ୍ପ ଅନ୍ତର ର ଫଳ ଦେଇ ପୂଜ
ଦେଖିବ ହୋଇବ ସେ ତୁମ ପାଇଁ ସଦା ସତ୍ତେଜ ।
ଅନ୍ଧକାର ଦେଉଳେ ନୁଂହନ୍ତି ସେ ତୁମ ଦିଅଁ ,
ସେଠାରେ ଅଛନ୍ତି ଯେଣୁ କାଷ୍ଠ-ପାଶାଣ ର ଦିଅଁ ।
ନ ହୁଏ ତ ସେଠାରେ ଦେବତା ର ପୂଜା ଅର୍ଚନା ,
କେବଳ ଚାଲିଛି ଏକ ବ୍ରାହ୍ମଣ ଙ୍କର ଭର୍ଚନା ।
ଭକ୍ତିର ଉତ୍ସ ଭକ୍ତିର ପୁଷ୍ପ ଲମ୍ବାଅ ଶରୀରେ ,
ମନ ମନ୍ଦିରେ, ଭକତି ଅନ୍ତରେ ପୂଜ ତଟ ବାରେ ।
ସକଳ ସ୍ଥାନେ ପରି ପୂର୍ଣ୍ଣ ସେ ମହା ଆତ୍ମା ତାର ,
ନାହିଁ ସ୍ଥାନ, ନାହିଁ କାଳ, ପାତ୍ର,ସମୟ ତାହାର ।
ଯେଉଁଠି ପୂଜିବ ସେଠି ଲଭିବ ଆଶିଷ ବାରି ,
ହେ ମୁଢ଼ ମାନବ ଶିଶୁ ନ କର ଅନ୍ଧ ଗୁହାରି ।
କର୍ମଟି ଚିରନ୍ତନ ସତ୍ୟ ଏ ନଶ୍ବର ଜୀବନେ,
କର୍ମ ବିହୁନେ ନାହିଁ କେହି ନର ମର୍ତ୍ୟ ଭୁବନେ ।
ଏ ବିଶ୍ୱ ରୁପି ବିରାଟ କାୟ ଶରୀର ଯାହାର,
ତାକୁ କି ପାରିବ ପୂଜି ଆମ ଏ କ୍ଷୁଦ୍ର ବେଭାର ?
ଭୁଂଜ ନାହିଁ ତୁମେ ଦେଉଳର ପାପ ଭୋଜନ ଯା ,
ନ ହୁଅ ଅନ୍ଧ ବିଶ୍ୱାସୀ ନ କର ଅମିତ୍ର ପୂଜା ।।।।
----------------------19042019----------------