ବିଟପ ହୃଦୟ ବାସ୍ତବ ଏଡାଏ
ବିଟପ ହୃଦୟ ବାସ୍ତବ ଏଡାଏ
1 min
6.7K
ତୁମେ ହସିଲେ
ଶରତ ଫେରେ
ତୁମେ ହସିଲେ
ଶିଶିର ଝରେ,
ଅଗଣା ଶେଫାଳି
ଅଭିମାନ କରେ
ଜହ୍ନ ଛାଇ ଆଲୁଅରେ;
ବାଟସାରା ନାଲିଛିଟା ଯେବେ ପଡେ
ତୁମ ସରୁ ଅଳତାରେ,
ପଳାଶ ଫୁଲରେ ଫଗୁଣ ଫେରଇ
ବାଟଭୁଲା ବସନ୍ତରେ,
ଚୁନା ଚୁନା ଯେବେ ଅସଜଡ଼ା କେଶ
ମଳୟଟା ଲୁଚି ଛୁଏଁ
ପଠା କାଶତଣ୍ଡି ଜୁଡ଼ୁବୁଡ଼ୁ ହୁଏ
ଶୀତୁଆ କାକର ଲୁହେ ,
ତୁମବିନା ଲାଗେ ଆନମନା ଖାଲି
ବଞ୍ଚିବାଟା ବିଡ଼ମ୍ବନା
ବିଟପ ହୃଦୟ ବାସ୍ତବ ଏଡାଏ
ଜୀବନ ଲାଗେ ବାହାନା।।
୨୭.୧୧.୨୦୧୭
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
ଦୂରାଭାଷ:୯୫୩୭୪୦୦୭୪୪
ଇ.ମେଲ:konark.dixit@gmail.com