Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bauribandhu Lenka

Inspirational

5.0  

Bauribandhu Lenka

Inspirational

ଦେଶ ଦ୍ରୋହ

ଦେଶ ଦ୍ରୋହ

1 min
7.0K


ଅଫ୍ଜଲ ତୁମେ ଦେଶଦ୍ରୋହ ଲାଗି

ପାଇଥିଲ ମୃତ୍ୟୁଦଣ୍ଡ I

ଛାଡିଗଲ ତୁମ ଚେଲା ଚାମୁଣ୍ଡାଙ୍କୁ

କରୁଛନ୍ତି ସେହି କାଣ୍ଡ I1I

ଭାରତ ବିରୋଧୀ ନାରା ସେ ଦିଅନ୍ତି

ଭାରତ ମାଟିରେ ରହି I

ଭାବୁଛନ୍ତି ମନେ ଏ ଦେଶ ଜନତା

ନୀରବରେ ଯିବେ ସହି I2I

ଜେ.ଏନ୍.ୟୁ. କୁ ବିଷାକ୍ତ କରିଛ

ଦେଶଦ୍ରୋହ ନାରା ଦେଇ I

ଯାଦବପୁରରେ ଦେଶ ବିରୋଧରେ

ଛାତ୍ର ରାଲି(rally ) ବାହାରଇ I3I

ଗଣତନ୍ତ୍ରରେ ବାକ୍ ସ୍ୱାଧୀନତା

ମାନେ କଣ ଦେଶଦ୍ରୋହ I

କେଉ ସମ୍ବିଧାନେ ଲେଖାଅଛି ଏହା

ଜନତାଙ୍କୁ ବାରେ କୁହ I4I

ଭାବିଛକି ମନେ ଖସିଯିବ ଏଠି

ଏଇ କାରନାମା କରି I

ଭୁଲିଯା ସେକାଳ ଆଉ ଏବେ ନାହିଁ

ପଠେଇ ଦେବେ ସେପାରି I5I

ଏ ଦେଶ ସଂସ୍କୃତି ଶିଖାଏନି କେବେ

ହିଂସା ଅସହିଷ୍ଣୁ ଭାବ I

ସୀମା ଲଙ୍ଘିଗଲେ ଛାଡେ ନାହିଁ କେବେ

ଦିଏ ଠିକଣା ଜବାବ I6I

କୁସଙ୍ଗରେ ପଡି ବାଟ ବଣାହେଲେ

ଜୀବନଟା ହେବ ବ୍ୟର୍ଥ I

ବେଳ ଥାଉଁ ଥାଉଁ ସୁଧାର ନିଜକୁ

ବୁଝ ଦେଶ ପ୍ରେମ ଅର୍ଥ I7I

*****

( ତା 09.02.2016 ରିଖ ଦିନ ଜେ.ଏନ୍.ୟୁ.ପରିସରରେ ଦେଶଦ୍ରୋହୀ ଆଫ୍ଜଲ୍ ଗୁରୁ ରଜୟନ୍ତି ପାଳନ କରି ଦେଶ ବିରୋଧରେନାରା ଦେଇଥିବା କେତେକ ଛାତ୍ରନେତାଙ୍କ ଉଦ୍ଦେଶ୍ୟରେ ଲିଖିତ )


Rate this content
Log in