Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୯୨

ଜୀବନ ଗୀତା-୩୯୨

1 min
101


ରାଜକୀୟ ଜୀବନ ମୋ

ବାଦଶାହୀ ମନ

ଚେତନାକୁ କୃଷ୍ଣଚୂଡା

କରିଛି ରଂଗିନ ॥୦॥

କଳଙ୍କିତ ନୁହେଁ ମୋର

ପ୍ରେମ କାରବାର

କଳଙ୍କ ଲେପିବା ସିନା

ଆଦତ ତୋହର

ସେ କଳଙ୍କ କଲି ମୁଁଯେ

ମଥାର ଚନ୍ଦନ ॥୧॥

ରେଶମି ଡୋରରେ ବାଂଧି

ହୃଦୟ ମୋହର

ଉପହାର ଦେଇଥିଲି

କରିଦେଲୁ ପର

ଅପବାଦ ଯେତେସବୁ

ତୋହରିତ ଦାନ ॥୨॥

ଭଂଗାଗଢାର ଦୁନିଆ

ଦେଖି ଡରେନାହିଁ

ଭାଂଗିଯିବ ବୋଲି ମନ

ଚିନ୍ତା ମୋର ନାହିଁ

ଫୁଲଝରା ସପନରେ

ଝୁମେ ରାତିଦିନ ॥୩॥


Rate this content
Log in