Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Others

3  

SARATA KUMAR DAS

Others

ମେଘ ସବାରୀରେ ବରଷା ଆସୁଛି

ମେଘ ସବାରୀରେ ବରଷା ଆସୁଛି

1 min
7.0K


ମେଘ ସବାରୀରେ ବରଷା ଆସୁଛି

ମଖମଲି ପାଟ ପିନ୍ଧି ,

ମଥାରେ ସିନ୍ଦୁର ନୟନେ କଜ୍ଜଳ

ପାଦରେ ନୁପୂର ବାନ୍ଧି ।।

ଗଳାରେ ଲମ୍ବିଛି ସ୍ଵଚ୍ଛ ମୁକ୍ତା ହାର

ଗଭାରେ ରଜନୀଗଂଧା ,

ହାତରେ ପିନ୍ଧିଛି ସୁବର୍ଣ୍ଣ ର ଚୁଡି

ହୃଦୟ ଅଳକାନନ୍ଦା ।।

ବିଜୁଳି ଚମକ ଘଡଘଡି ଡାକ

ପୂର୍ଣ୍ଣଗର୍ଭା ନଦୀ ବିଲ ,

ନୀଳାଭ ଆକାଶେ ଜଳୁଛି ଦୀପାଳି

ରୋଷଣୀରେ ଝଲମଲ ।।

ମୌସୁମୀ ପରଶେ ପ୍ରୀତି ଗୁଂଜରିତ

ପ୍ରେମସିକ୍ତା ତନୁ ମନ,

କଦମ୍ବ ପତ୍ର ରେ ରୂପର ଲାବଣ୍ୟ

ଢଳଢଳ ଚିତ୍ତ ପ୍ରାଣ ।।

ବରଷା ରାଣୀ ର ବାଙ୍କ ଚାହାଣୀରେ

କୃଷ୍ଣଚୂଡାର ରଂଗ ,

ଇନ୍ଦ୍ରଧନୁ ର ସାତ ରଂଗନେଇ

ସଜାଇଛି ନିଜ ଅଙ୍ଗ ।।

ତପତ ତପନ ତାପିତ ଏ ଧରା

ଲଭିବ ସରଗ ଶୀରି ,

ପଲ୍ଲବିତ ହେବ ପାଦପ ପତର

ସବୁଜ ସୁଷମା ଧରି ।।

ହସିବ ଧରଣୀ ହସିବ ଆକାଶ

ଚନ୍ଦନ ପଡିବ ଝରି ,

ମେଘମାଳା କେତେ ଓହ୍ଲାଇ ଆସିବେ

ଝରିବ ପ୍ରେମ ନିର୍ଝରୀ ।।

ଚନ୍ଦନ ଚର୍ଚ୍ଚିତା ପୁଷ୍ପ ବିମଣ୍ଡିତା

ସରଗ ରାଇଜ ପରୀ ,

ଧୀରେ ପାଦ ଥାପି ମରତ ମଣ୍ଡଳେ

ବାଣ୍ଟିଦେବ ସୁଖଶୀରି ।।

ଅମୃତ ସିଂଚିବ ଜୀବନ ବଂଚିବ

ନାଚିବ ମନ ମୟୂର ,

ମଧୁମୟ ହେବ ଏ ସାରା ସଂସାର

ଜଗତ ହେବ ବିଭୋର ।।

ମାଟିରୁ ଆକାଶ,ଆକାଶରୁ ମାଟି

ଚହଟିବ କେତେ ବାସ ,

ମେଘ ସବାରୀରେ ବରଷା ଆସୁଛି

ସାଜି ନବବଧୂ ବେଶ ।।

--------'---------------------------

ଅଧ୍ୟାପକ ଶରତ କୁମାର ଦାସ

ବଡବିଲ ମହାବିଦ୍ୟାଳୟ,ବଡବିଲ,କେନ୍ଦୁଝର।

ଦୁରଭାଷ-9438243149


Rate this content
Log in